ବିଳାସପୁର ପରେ କୁମୀରା ଗାଁରେ ବି ବିଜେପି ପ୍ରାର୍ଥୀଙ୍କ ସହ ପ୍ରଚାର କରିଥିଲେ ସମ୍ବିତ ପାତ୍ର । ପରେ ଚାନ୍ଦିଦିଭଟ୍ଟ, ଡୁଙ୍ଗୁରିପାଲି, ଗୌଡମାଳରେ ବିମାରଥନ ପ୍ରଚାର କରିଛନ୍ତି ବିଜେପି ପ୍ରାର୍ଥୀ । ଦଳର ଅନ୍ୟ ନେତାଙ୍କ ଭିତରେ ସାଂସଦ ବସନ୍ତପଣ୍ଡା ପାଇକମାଳର ଡୁଙ୍ଗୁରିପାଲିରେ କନକ ବର୍ଦ୍ଦନ ସିଂଦେଓ ଦହିତାରେ ବିରୋଧୀ ଦଳ ନେତା ସରିଗିବାହାଲ, ଡୋଲବନ୍ଧରେ ଲେଖାଶ୍ରୀ ସାମନ୍ତସିଂହାର ମାଣ୍ଡୁସିଲରେ ପ୍ରଚାର କରିଥିଲେ।
ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଧରି ଆଜି ବିଜେଡିର ମନ୍ତ୍ରୀ ବିଧାୟକ ପଦମପୁରରେ ମାରଥନ ପ୍ରଚାର କରିଛନ୍ତି। ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ବୈଠକ, ଶୋଭାଯାତ୍ରା କରି ବର୍ଷାଙ୍କ ପାଇଁ ଭୋଟ ମାଗିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଉପକୁଳର ବିଧାୟକ ପ୍ରଣବବଳବନ୍ତରାୟ ଓ ଉମା ସାମନ୍ତରାୟ ପ୍ରମୁଖ। ବିଧାୟକ ସୁଶାନ୍ତ ସିଂ ବରିକେଲାରେ ସାଧାରଣ ସଭା କରିବା ସହ ବର୍ଷାଙ୍କ ପାଇଁ ପ୍ରଚାର କରିଛନ୍ତି।
କଂଗ୍ରେସ ପାର୍ଥୀଙ୍କ ପାଇଁ ପିସିସି ସଭାପତି ପୂର୍ବତନ ସଭାପତି ଓ ଅନ୍ୟ ବରିଷ୍ଠ ନେତା ପଦମପୁରରେ ଡେରା ପକାଇଛନ୍ତି। ଆଜି ପିସିସି ସଭାପତି ଅନ୍ୟ ବରିଷ୍ଠ ନେତାଙ୍କୁ ସାଙ୍ଗରେ ନେଇ ପଦମପୁର ପାଇଁ ଦଳର ଇସ୍ତାହାର ପତ୍ର ପ୍ରକାଶ କରିଛନ୍ତି। ଏଥିରେ ପଦମପୁର ବାସୀଙ୍କୁ 13ଟି ପ୍ରତିଶ୍ରୁତି ଦେଇଛି ଦଳ। ପଦମପୁରରକୁ ଜିଲ୍ଲା ମାନ୍ୟତାରୁ ଆରମ୍ଭ କରି ପାଇକମାଳକୁ ଏନଏସି ଓ ସବୁ ସରକାରୀ ମେଡିକାଲରେ ଡାକ୍ତର ପଦବୀ ପୁରଣ ପାଇଁ ପ୍ରତିଶ୍ରୁତି ଦେଇଛି କଂଗ୍ରେସ।
ପ୍ରଚାରର ତାତି ଭିତରେ ପଦମପୁର ସୀମାରେ ମାଓ ପୋଷ୍ଟର ସୃଷ୍ଟି କରିଛି ଛନକା । ପାଇକମାଳର ସଦାନନ୍ଦପୁରରେ ପୋଲିସ ଠାବ କରିଛି ମାଓ ପୋଷ୍ଟର। ଗୁରବାର ଗନ୍ଧମାର୍ଦ୍ଦନ ପାହଡ ନିକଟରେ ଏନକାଉଣ୍ଟରରେ 2 ମହିଳା ମାଓ ବାଦୀ ନିହତ ହୋଇଥିଲେ। ମାଓ ଭୟ ଥିବାରୁ ଏସବୁ ଇଲାକାରେ ଫ୍ଲାଗ ମାର୍ଚ୍ଚ କରିଛି କେନ୍ଦ୍ରୀୟ ସୁରକ୍ଷା ବଳର ଜବାନ। ବରଗଡ ଏସପି ମଧ୍ୟ ଘଟଣା ସ୍ଥଳ ଗସ୍ତ କରି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି।
ପଦମପୁର ନିର୍ବାଚନମଣ୍ଡଳୀରରେ ରହିଛି ମୋଟ୍ ୩୧୯ଟି ବୁଥ୍। ସେଥିମଧ୍ୟରୁ ୭୪ଟି ମାଓପ୍ରଭାବିତ ଅଞ୍ଚଳରେ ରହିଛି । ଝାରବନ୍ଧ ବ୍ଲକର, ଡୋଭା, ଜାମପାଲି, କୁକୁରୀପାଲି, ଲେଡଗିଢିପା, କାଶିପାଣି, ଯୋଗେନ୍ଦ୍ରନାଥପୁର, ନିତ୍ୟାନନ୍ଦପୁର, ବିଲାସପୁର ଗାଁରେ ରହିଛି ମାଓ ଗତିବିଧିର ଆଶଙ୍କା ଥିବାରୁ ଏସବୁ ଅଞ୍ଚଳରେ ସୁରକ୍ଷା କଡାକଡି କରାଯାଇଛି।