ସେପଟେ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସହ ପ୍ରଭାରୀ ଲତା ଉସେଣ୍ଡି ଆଜି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ପଦାଧିକାରୀ, ଦ୍ବୀତିୟ ପର୍ଯ୍ୟାୟରେ ଜିଲ୍ଲା ସଭାପତି ଓ ଶେଷରେ ମୁଖପାତ୍ରଙ୍କ ସହ ଆଲୋଚନା କରିଛନ୍ତି ଉଭୟ ନେତା । ବୁଥ ଚାଲ ଅଭିଯାନ, ଗାଁକୁ ଚାଲ ଅଭିଯାନ, ଶକ୍ତି ବନ୍ଦନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ପ୍ରଭାରୀ ଏବଂ ସହ ପ୍ରଭାରୀ।
ସେପଟେ ନବୀନଙ୍କ ଲୋକପ୍ରିୟତା କମିବା ଷଷ୍ଠ ଥର ସରକାର ଗଢିବା ଦିଗରେ ବଡ ଅନ୍ତରାୟ ସୃଷ୍ଟି କରିଛି । 2019ରେ ନବୀନ 21 କୁ 21 ଲୋକସଭାରେ ବିଜୟ ହେବ ବୋଲି କହିଥିବା ବେଳେ 12 ଆସନ ସହ ଲାଗିଥିଲା ଶକ୍ତ ଧକ୍କା।
ଅନ୍ୟପଟେ କଂଗ୍ରେସ ବି ନିଜର ବଡ ନେତା ତଥା ପ୍ରିୟଙ୍କା, ରାହୁଲ ଓ ସଚିନ ପାଇଲଟଙ୍କୁ ଆଣି ଶକ୍ତି ପଦର୍ଶନ କରିବାକୁ ଯୋଜନା କରିଛି । କିନ୍ତୁ ଦଳର ଗ୍ରାଫ କହୁଛି 2009 ମସିହାରେ 33 ପ୍ରତିଶତ ଭୋଟ ପାଇଥିବା କଂଗ୍ରେସ 2019 ମସିହାରେ ପାଇଥିଲା 16 ପ୍ରତିଶତ ଭୋଟ । ଲୋକସଭାରେ ଦଳକୁ ଗୋଟିଏ ଆସନ ସହ ଦଳ ସପକ୍ଷରେ ମାତ୍ର 13.99 ପ୍ରତିଶତ ଭୋଟ୍ ପଡିଥିଲା । ଆଉ 2019 ପରେ ମଧ୍ୟ ରାଜ୍ୟରେ ହୋଇଥିବା ଉପନିର୍ବାଚନ ଗୁଡିକରେ କଂଗ୍ରେସର ଗ୍ରାଫ ଭୟଙ୍କର ଭାବେ ଖସିବାକୁ ଲାଗିଥିଲା ।
ମୋଦିଙ୍କ ଶାସନ ସମୟରେ ଓଡିଶା ଅଧିକ ଲାଭବାନ ହୋଇଥିବା ବେଳେ ସଙ୍ଗଠନ ବି ଅଧିକ ସକ୍ରିୟ ହୋଇଛି । ଯେଉଁଥିପାଇଁ 2019 ଲୋକସଭା ନିର୍ବାଚନରେ ଦଳର ଭୋଟ ପ୍ରତିଶତ 18 ରୁ 38 କୁ ବଢିଥିଲା। ବିଧାନସଭାରେ କଂଗ୍ରେସକୁ ପଛକୁ ହଟାଇ ରାଜ୍ୟରେ ବିଜେପି ହୋଇଥିଲା ମୁଖ୍ୟ ବିରୋଧୀ ଦଳ, ବିଜେଡିର ଜନପ୍ରିୟତାକୁ ପଛରେ ପକାଇ 8 ଲୋକସଭା ଆସନରେ ବିଜୟ ହାସଲ କରିଥିଲା ବିଜେପି। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ସରକାରୀ କଳର ଖୁଲମଖୁଲା ଅପବ୍ୟବହାର ସତ୍ତ୍ବେ 30 ପ୍ରତିଶତରୁ ଅଧିକ ଭୋଟ ପାଇଥିଲା ଦଳ। ଏ ସବୁ ଭିତରେ ବିଭିନ୍ନ ସର୍ଭେ ରିପୋର୍ଟ ବି ବିଜେପିର ସଫଳତାର ଯାତ୍ରା ଆହୁରୀ ମଜଭୁତ ହୋଇଥିବା ଆକଳନ କରୁଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର