ଅର୍ଗସ ବ୍ୟୁରୋ: ଅନେକ ସମୟରେ ଆମ ମାନଙ୍କର ଦେହ ଖରାପ ହେଲେ ଅମେ ଘରୋଇ ଉପଚାର ଵ୍ୟଵହାର କରନ୍ତି । ଏମିତି ଅନେକ କିଛି ଜିନିଷ ଅଛି ଯାହାର ଔଷଧୀୟ ଗୁଣ ବହୁତ ଥାଏ । ସେଥି ମଧ୍ୟରୁ ଗୋଟିଏ ହେଉଛି ବେଲ ପତ୍ର।
ଖାଲି ପେଟରେ ବେଲ ପତ୍ର ଖାଇବା ଦ୍ଵାରା ଅନେକ ଫାଇଦା ମିଳିଥାଏ ।କୁହାଯାଏକି ବେଲ ପତ୍ର ହେଉଛି ଅନେକ ପୋଷକ ତ୍ଵତ୍ତରେ ଭରପୂର ସମ୍ଭାର । ଏଥିରେ ଭିଟାମିନ ଏ,ସି,ବି୧ ପ୍ରଚୁର ପରିମାଣରେ ରହିଛି ଯାହା ଦ୍ଵାରା ଏହାକୁ ଖାଇଵା ଦ୍ଵାରା ଶରୀରକୁ ଅନେକ ଫାଇଦା ଦେଇଥାଏ ।
ଏହାକୁ ପ୍ରତିଦିନ ଖାଇବା ଦ୍ଵାରା ପେଟ ସହ ଜଡିତ ଅନେକ ରୋଗରୁ ମୁକ୍ତି ମିଳିଥାଏ ।
ତାହ ସହ ଖାଲି ପେଟରେ ଏହାକୁ ଖାଇଵା ଦ୍ଵାରା ଗ୍ୟାସ ଆଉ ଏସିଡିଟି ଦୂର ହୋଇଥାଏ ।
ଖାଲି ସେତିକି ନୁହେଁ ଯଦି ପାଟିରେ ଘା ହେଇଥାଏ ତାହା ମଧ୍ୟ ଦୂର କରିଥାଏ । ଏଵଂ
ଡାଇବେଟିସ ରୋଗୀଙ୍କ ପାଇଁ ଅନେକ ଫାଇଦା ଥାଏ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:
ଅର୍ଗସ ବ୍ୟୁରୋ: ହିଞ୍ଜିଳି ପରେ କଣ୍ଟାବାଞ୍ଜି। ଏଠାରୁ ଆଜି ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଏ ସେହି କଣ୍ଟାବାଞ୍ଜି ଯାହା ଓଡ଼ିଶାର ଆଉ ଏକ ପ୍ରମୁଖ ଦାଦନ ହବ୍ । ଯେଉଁଠାରୁ ଦାଦନ ଖଟିବାକୁ ଯାଇ ବାହାର ରାଜ୍ୟରେ ନିର୍ଯାତିତ ହେଉଛନ୍ତି ହଜାର ହଜାର ଓଡ଼ିଆ ଶ୍ରମିକ। ଆଜି କଣ୍ଟାବାଞ୍ଜିରେ ପ୍ରାର୍ଥିପତ୍ର ଦାଖଲ କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଆଉ ଦିନକ ପୂର୍ବରୁ ସାମ୍ନାକୁ ଆସିଛି ତେଲେଙ୍ଗାନାରେ ନିର୍ଯାତିତ କଣ୍ଟାବାଞ୍ଜିର 5 ଦାଦନ ପରିବାରଙ୍କ ଭିଡିଓ । 5-5 ଥର ହିଞ୍ଜିଳିରୁ ନିର୍ବାଚିତ ହୋଇ ଅଞ୍ଚଳକୁ କରିଛନ୍ତି ଦାଦନ କେନ୍ଦ୍ରସ୍ଥଳ । 2019ରେ ବିଜେପୁରରୁ ଜିତିବା ପରେ ନବୀନ କରିଥିଲେ ପ୍ରତାରଣା । 2024ରେ ଆଉ ଏକ ଦାଦନ ହବ୍ କଣ୍ଟାବାଞ୍ଜିରେ କି ପ୍ରତିଶ୍ରୁତି ଦେବେ ବିଜେଡି ସୁପ୍ରିମୋ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: