୨୪ ନିର୍ବାଚନକୁ ନେଇ ଏବେ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ଖାସ୍ କରି ବିଜେପି-ବିଜେଡି ଭିତରେ ମେଂଟ ହେବା ନେଇ ଚର୍ଚ୍ଚା ଗତ ୧୫ ଦିନ ହେଲାଣି ଜୋରଦାର ଚାଲିଛି । ହେଲେ ଆଜିଯାଏଁ ସେନେଇ କିନ୍ତୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏହାରି ଭିତରେ ଦିଲ୍ଲୀ ଗସ୍ତରେ ଘନଘନ ଯାଉଛନ୍ତି ବିଜେପିର ବଡ଼ବଡ଼ ନେତା । ତେଣୁ ଖୁବଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଏହାରି ଭିତରେ ମେଂଟକୁ ନେଇ ବି ସୋସିଆଲ ମିଡିଆରୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମରେ ବି ଚର୍ଚ୍ଚା ଚାଲିଛି । ଆଉ ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଲା ଗତକାଲିର ପାଣ୍ଡିଆନଙ୍କ ମନ୍ତବ୍ୟକୁ । ହେଲେ ପାଣ୍ଡିଆନ କାହିଁକି ଏମିତି କହିଲେ ? ନବୀନ କାହିଁକି ନୁହେଁ ? ସେନେଇ ଉଠିଲାଣି ପ୍ରଶ୍ନ ।
ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । କାରଣ ଏଥର ବି ସମାନ କଥା କହିଛନ୍ତି ପ୍ରଦୀପ । ପୂର୍ବରୁ ଯେମିତି କହୁଥିଲେ ଏଥର ଲେଖା ଛିଣ୍ଡାଇଦେବା, ଏଥର ବି ସେମିତି କହିଲେ ଲେଖା ଦେବା ଛିଣ୍ଡେଇ । ଖାଲି ଏତିକି ନୁହେଁ ବରଂ ଆଗାମୀ ନିର୍ବାଚନରେ ବିଧାନସଭାରେ ୧୪୭ ଓ ଲୋକସଭା ୨୧ ପ୍ରାର୍ଥୀ ଦେବ ବିଜେପି ବୋଲି କହିଛନ୍ତି ପ୍ରଦୀପ । ମୋଟ୍ ଉପରେ ବିଜେପିର ପ୍ରାର୍ଥୀ ଘୋଷଣା ଉପରେ ଏବେ ସମସ୍ତଙ୍କ ନଜର । ହେଲେ ଏବେ ପ୍ରଦୀପଙ୍କୁ ନେଇ ଭାରି ଚର୍ଚ୍ଚା ।
(ବ୍ରହ୍ମପୁରରୁ ପିତାମ୍ବର ନାହକଙ୍କ ରିପୋର୍ଟ)