ଫଳରେ ଚଳିତ ବର୍ଷ କଟକରେ ରଙ୍ଗ ଏବଂ ଅନ୍ୟାନ ସାମଗ୍ରୀର ବ୍ୟବସାୟ ଭଲ ହେଉଛି ବୋଲି କହିଛନ୍ତି ବ୍ୟବସାୟୀ। ବିଶେଷ କରି ଆମ ଦେଶରେ ତିଆରି ଅନେକ ନୂଆ ନୂଆ ହରବାଲ ହୋଲି ସହ ଅବିର ପସନ୍ଦ କରୁଛନ୍ତି ଗ୍ରାହକ।ଅପରପଟେ ହୋଲି ସମୟରେ ବାହାର ଲୋକଙ୍କ ବଦଳରେ ନିଜ ପରିବାର ସହ ଖେଲିବା ଉଚିତ ବେଲି ପରାମର୍ଶ ଦେଇଛନ୍ତି ଡାକ୍ତର। କେମିକାଲ ରଙ୍ଗ ଅପେକ୍ଷା ପ୍ରାକୃତିକ ରଙ୍ଗ ବା ହାରବଲ ହୋଲି ଖେଳିବା ଦରକାର ।
ଏଥିସହ ଭିଡ଼ ସ୍ଥାନରୁ ଦୂରେଇ ରହିବା ଭଲ । ଯଦି କେମିକାଲ ରଙ୍ଗ ଯଦି ନାକ କିମ୍ବା ପାଟି ଦ୍ୱାରା ଶରୀର କୁ ପ୍ରବେଶ କରେ ଅନେକ ସମସ୍ୟା ମଧ୍ୟ ଦେଖା ଦେବ । ତେଣୁ ସାବଧାନ ସହିତ ହୋଲି ଖେଳିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।ହୋଲି ଖେଳିବା ସମୟ ରେ ସଚେତନ ରହିବା ସହ ନିଜ ପରିବାର ଲୋକଙ୍କ ଭିତରେ ହୋଲି ଖେଳି ଏହି ପର୍ବକୁ ପାଳନ କରନ୍ତୁ।