ଏସିଡ୍ ଆଟାକ୍, ଦୁଷ୍କର୍ମ, ଗଣଦୁଷ୍କର୍ମ ପିଡୀତାଙ୍କୁ କ୍ଷତିପୂରଣ ମିଳିବାର ବ୍ୟବସ୍ଥା ରହିଛି। ଆରଟିଆଇ ତଥ୍ୟ ଅନୁସାରେ 2017ରେ ରାଜ୍ୟରେ ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ଏସିଆ ଆଟାକ୍ ସଂଖ୍ୟା ଥିଲା 2326। କ୍ଷତିପୂରଣ ମିଳିଥିଲା ମାତ୍ର 751 ଜଣଙ୍କୁ। ସେହିଭଳି 2018 ଏଇ ଅପରାଧ ସଂଖ୍ୟା ଥିଲା 2613, କ୍ଷତିପୂରଣ ପାଇଥିଲେ ମାତ୍ର 721 ଜଣ। ସେହିଭଳି 2019ରେ କ୍ଷତିପୂରଣ ପାଇଛନ୍ତି ମାତ୍ର 545 ଜଣ। ସେପଟେ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ବୟାନକୁ ନେଇ ସରକାରଙ୍କୁ ଗେରିଛନ୍ତି ବିରୋଧୀ। ବିଜେପି କହିଛି ଏ ସରକାର ଦଳିତ, ଆଦିବାସୀ ଓ ମହିଳା ବିରୋଧୀ ସରକାର।
ଏବେ ବଡ଼ ପ୍ରଶ୍ନ କେଉଁ ପୋଲିସ ବାବୁ ଖାଉଛନ୍ତି ଗରିବଙ୍କ ପଇସା, ବାବୁଙ୍କ ତାଲିକା ପ୍ରସ୍ତୁତ କରିଛ କି ଗୃହ ବିଭାଗ, କାହା କାହା ବିରୋଧରେ ଆକସନ୍ ହେବ, ମିଛ କେସ୍ କରାଉଥିବା ଜନ ପ୍ରତିନିଧି କେଉଁ ଦଳର, ସେପଟେ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ବୟାନକୁ ନେଇ ହାତ ଝାଡି ଦେଇଛି ବିଜେଡି।ଓଡ଼ିଶାରେ ମାମଲା ବଢୁଛି କମୁଛି ଦଣ୍ଡବିଧାନ ହାର। ମହିଳା ନିର୍ଯାତନାରେ ଓଡ଼ିଶାରେ ଦଣ୍ଡବିଧାନ ହାର ମାତ୍ର 8.3 ପ୍ରତିଶତ, କାହିଁକି ଖସିଯାଉଛନ୍ତି 92 ପ୍ରତିଶତ ଅପରାଧୀ।