ଏଭଳି ଘଟଣା ଦେଖିବାକୁ ମିଳିଛି, ବାଙ୍କୀ NAC ୱାର୍ଡ ନମ୍ବର ୫ ବେଦପୁର ଗ୍ରାମରେ । ଆଜି ଆଭା ଆଖିରେ ଲୁହ ବୋଲ ମାନିନି । ଏ ଲୁହ ପ୍ରେମର ଲୁହ, ଆଉ ଭଲ ପାଉଥିବାର ସାକ୍ଷୀ । ଏଠି ଚାଲିଛି ଦଶାହ କର୍ମ । ଆଉ ଚାଲିଛି ବ୍ରାହ୍ମଣର ମନ୍ତ୍ର ।
ସମସ୍ତଙ୍କ ପ୍ରିୟ ଥିଲା ଆଭା । ଦିନ ଗଡ଼ିବା ଅନୁଯାଇ ଆଭାର ମଧ୍ୟ ବୟସ ବଢିଥାଏ । ଆଉ ଆଭା ପ୍ରମିଳାଙ୍କୁ ନିଜ ଜନ୍ମ ଦାତ୍ରୀ ମା' ବୋଲି ଭାବେ । ସହୁ ସମୟରେତାଙ୍କ ସହିତ ଅଙ୍ଗାଅଙ୍ଗି ଭାବେ ଜଡିତ ରହେ ଆଭା । ସକାଳୁ ସଞ୍ଜ ପ୍ରମିଳାଙ୍କୁ ଏକୁଟିଆ ଛାଡି କୁଆଡେ ଯାଏ ନାହିଁ । କିନ୍ତି ଏବେ ଆଭାକୁ ଏକୁଟିଆ କରି ଚାଲିଯାଇଛି ତା ମା' । ପ୍ରମିଳାଙ୍କ ଯେବେ ଦେହ ଅସୁସ୍ଥ ବୋଇଥିଲା ସେ ଦିନ ଠାରୁ ଖାଇବା ପିଇବା ଛାଡି ଦେଇଥିଲା । ବୋଉ ଚାଲିଯିବା ପରେ ବୋଉଙ୍କୁ ଝୁରି ଲୁହ ଝରାଇ ଆଜି ସେ ମଧ୍ୟ ଭାଙ୍ଗି ପଡିଛି ।
ମଣିଷ ସହିତ କୁକୁରର ଏଭଳି ନିବିଡ଼ ସମ୍ପର୍କକୁ ଦେଖି ଆଜି ସମସ୍ତେ ଚକିତ । ଗ୍ରାମ ସହିତ ଆଖ ପାଖ ଅଞ୍ଚଳରେ ଏବେ କୁକୁର ଆଭାକୁ ନେଇ ସବୁଠି ଚର୍ଚ୍ଚା । ଆଜିର ସ୍ୱାର୍ଥପର ଦୁନିଆରେ ସ୍ୱାର୍ଥ ପାଇଁ ନିଜ ରକ୍ତର ସମ୍ପର୍କରେ ସମ୍ପତି ପାଇଁ ହଣା କଟା ହେଉଛନ୍ତି । କିନ୍ତି ଏଭଳି ଭଲ ପାଇବାକୁ ପ୍ରଂଶସା କରିଛନ୍ତି ବେଦପୁର ଗ୍ରାମର ବୁଦ୍ଧିଜୀବୀ । ଏହି ଭଲ ପାଇବା ଅତ୍ମୀୟତାର ସନ୍ଦେଶ ଦେଉଥିବା ବେଳେ, ମଣିଷ ସମାଜ କେତେ ପରିବର୍ତ୍ତନ ହେଉଛି ତାହା ଦେଖିବାକୁ ବାକି ରହିଲା ।