ଅର୍ଗସ ବ୍ୟୁରୋ : ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ଭାଲିଆପଦର ଗ୍ରାମରେ ଅଘଟଣ l ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁ ଘଟିଛି l ସାମାନ୍ୟ ବଚସାକୁ ନେଇ ଏପରି ଘଟଣା ଘଟିଥିବା ଜଣାପଡିଛି l ଉଭୟ ସ୍ବାମୀ ସ୍ତ୍ରୀ ପୁରୁଷତ୍ତମ କାଡ୍ରାକା ଓ ରଶନୀ କାଡ୍ରାକା ଉଭୟ ମିଶି ପାହାଡକୁ ଚାଷକାମ କରିବାକୁ ଯାଇଥିବା ସମୟରେ ବଚସା ହୋଇଥିଲା l ବଚସାକୁ ନେଇ ସ୍ବାମୀ ଅତର୍କିତ ଭାବରେ ସ୍ତ୍ରୀ ଉପରେ ଆକ୍ରମଣ କରିଥିଲେ ଫଳରେ ଘଟଣା ସ୍ଥଳରେ ହିଁ ସ୍ତ୍ରୀର ମୃତ୍ୟୁ ହୋଇଥିବା ଜଣାପଡିଛି l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଅର୍ଗସ ବ୍ୟୁରୋ: ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ ସାଂସଦ ରାଘବ ଚଢା ଉଭୟଙ୍କ ବିବାହ ଉଦୟପୁରର ଏକ ପ୍ୟାଲେସ୍ରେ ଗତ ସେପ୍ଟେମ୍ବର ୨୪ ତାରିଖରେ ସମ୍ପନ୍ନ ହୋଇଥିଲା।
ପରିଣୀତି ଏବଂ ରାଘବଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତାର ସମ୍ପର୍କ ଗଢ଼ି ଉଠିଥିଲା। ପରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ଏହାପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁହିଁଙ୍କ ଘରଲୋକ ବି ଏପ୍ରସ୍ତାବରେ ରାଜି ହୋଇଯାଇଥିଲେ।
ନିକଟରେ ପରିଣୀତି ନିଜର ବିବାହ ପରର ଜୀବନକୁ ସକସେସଫୁଲ ବୋଲି ଜଣାଇବା ସହିତ ଏହା କିପରି ହେଲା ତାହାର କାରଣ ବି ସେ ତାଙ୍କ ଫ୍ୟାନମାନଙ୍କ ସହ ସେୟାର କରିଛନ୍ତି। ପରିଣୀତି କହିଛନ୍ତି, ‘ମଜା କଥା ହେଉଛି ରାଘବଙ୍କୁ ବଲିଉଡ ବିଷୟରେ କିଛି ଜଣାନାହିଁ। ସେହିପରି ମୁଁ ରାଜନୀତି ବିଷୟରେ କିଛି ଜାଣିନାହିଁ। ଏହି କାରଣରୁ ବୃତ୍ତିଗତ ଜୀବନରେ ଆମେ ସ୍ବାଧୀନ ଭାବେ ଆଗେଇ ଚାଲିଛୁ। କିଏ କାହା ବୃତ୍ତିରେ ହସ୍ତକ୍ଷେପ କରୁନାହୁଁ। ଏହି କାରଣରୁ ଆମ ବୈବାହିକ ଜୀବନ ହସଖୁସିରେ ଚାଲିଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
ଅର୍ଗସ ବ୍ୟୁରୋ: ପୁଣି ଟିଟିଲାଗଡରୁ ଜବତ ହୋଇଛି ୧୧ କୋଟି। ଟଙ୍କା ଗଣତି ନେଇ ବଲାଙ୍ଗୀର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ଡିଜିଏମ୍ ମନମୋହନ ସ୍ୱାଇଁ ଏହି ସୂଚନା ଦେଇଛନ୍ତି। ବଲାଙ୍ଗିରରେ ଆୟକର ବିଭାଗ ଜବତ କରିଥିବା ଟଙ୍କାକୁ ଗଣତି କରୁଛନ୍ତି ଷ୍ଟେଟବ୍ୟାଙ୍କ କର୍ମଚାରୀ। ରାଜ୍ୟର ବିଭିନ୍ନ ସ୍ଥାନରେ ଆଇଟି ରେଡ୍ ଘଟଣା। ଏହାସହ ବଲାଙ୍ଗିରରେ ୫୦କୋଟି ଗଣତି ସରିଛି। ଜବତ ଟଙ୍କାରେ କିଛି ଡୁପ୍ଲିକେଟ୍ ନୋଟ୍ ଏବେ ଯାଏଁ ବାହାରିନାହିଁ। ରବିବାର ଦିନ ଟଙ୍କା ଗଣତି ଶେଷ ହେବ। ବଲାଙ୍ଗୀରରେ ହାଇଦ୍ରାବାଦରୁ ଆସିଛନ୍ତି ଆନାଲିସସ୍ ଟିମ୍। ଜବତ ଟଙ୍କାକୁ ନେଇ ବଲାଙ୍ଗିରରେ ଖୋଳତାଡ କରିବ ଟିମ। ଆନାଲିସସ ୪ରୁ ୫ ଜଣ ରହିଥିବା ସୂଚନା।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ୧୧ ରୁ ହେବ ରାଜ୍ୟସ୍ତରୀୟ ନାରାୟଣ ନାଟ୍ୟ ମହୋତ୍ସବ।ମଞ୍ଚସ୍ଥ ହେବ ୮ ପ୍ରସିଦ୍ଧ ନାଟକ। ସ୍ୱର୍ଗତ ନାରାୟଣ ଚନ୍ଦ୍ର ରାୟ ମହାପାତ୍ରଙ୍କ ସ୍ମୃତିରେ ଅନୁଷ୍ଠିତ ହେବାକୁ ଯାଉଛି ଏହି ନାଟ୍ୟ ଉତ୍ସବ । ବିଶିଷ୍ଟ , ନାଟ୍ୟକାର, କଳାକାର, ଗୀତିକାର , କବି, ସଂଗଠକ, ନିର୍ଦେଶକ ତଥା ସ୍ରଷ୍ଟା ସ୍ୱର୍ଗତ ନାରାୟଣ ଚନ୍ଦ୍ର ରାୟ ମହାପାତ୍ରଙ୍କ ସ୍ମୃତିରେ ଉତ୍ସର୍ଗୀକୃତ ନାଟ୍ୟ ମହୋତ୍ସବ । ପ୍ରଥମ ଦିନ ସନ୍ଧ୍ୟା ୫.୩୦ ରୁ ୭.୩୦ ପର୍ଯ୍ୟନ୍ତ ମଞ୍ଚସ୍ଥ ହେବ ଅସିମବସୁ ଫାଉଣ୍ଡେସନ ପକ୍ଷରୁ ନାରୀର କଙ୍କାଳ, ଦ୍ୱିତୀୟ ପର୍ଯ୍ୟାୟରେ ପରୀ ।
ଅଧିକ ପଢନ୍ତୁ ଓଡିଶା ଖବର
ଦ୍ବିତୀୟ ଦିନରେ ଉତ୍ତର ପୁରୁଷ ପକ୍ଷରୁ ଶେଷ ଅଧ୍ୟାୟ ଏବଂ ରଙ୍ଗଭୂମି ସମାନ୍ତର, ତୃତୀୟ ଦିନରେ ଶତାବ୍ଦୀର କଳାକାର ପକ୍ଷରୁ ଜୀବନ୍ୟାସ ଓ ଅର୍ପଣ ନାଟକ ପରିବେଷଣ କରାଯିବ। ସେହିପରି ଅନ୍ତିମ ଦିବସରେ ଲାବଣ୍ୟ ଥିଏଟର ପକ୍ଷରୁ ଅନାଗତ ଏବଂ ପଞ୍ଚମବେଦ ପକ୍ଷରୁ ମଞ୍ଚସ୍ଥ ହେବ ଅବସର । ଏନେଇ ଭୁବନେଶ୍ଵରର ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆୟୋଜକ ସୃଜନୀ। ଏହି ଅବସରରେ ବିଶିଷ୍ଟ କଳାକାରଙ୍କୁ ସମ୍ମାନିତ କରାଯିବ ।