ପରେ ନିଜ ଘରଠୁ କିଛି ଦୂରରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଧାମନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ।କାହିଁକି ଏପରି କଲେ ଭାସ୍କର ତାହା ଜଣାପଡିନାହିଁ। ତେବେ ପୋଲିସ ପରିବାର ଲୋକେ ଏବଂ ସାହିପଡୋଶୀଙ୍କୁ ପଚରାଉଚରା ଜାରି ରଖିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଭଦ୍ରକ ଧାମନଗର ଥାନା ମୋଲନା ସାହିରେ ଚାଞ୍ଚଲ୍ୟ । ସ୍ତ୍ରୀର ଗଳା କାଟି ହତ୍ୟା ପରେ ଘରଠୁ କିଛି ଦୂରରେ ସ୍ୱାମୀର ଆତ୍ମହତ୍ୟା । ଘର ଭିତରେ ସ୍ତ୍ରୀ ମୃତଦେହ ପଡି ରହିଥିବାବେଳେ ଗାଁ ବିଲ ଗଛରେ ଝୁଲୁଛି ସ୍ୱାମୀର ମୃତଦେହ। ଭାସ୍କର ସାମଲ ନିଜ ସ୍ତ୍ରୀକୁ ଏକ ଧାରୁଆ କଟୁରୀରେ ହାଣି ହତ୍ୟା କରିଥିଲା ।
ପରେ ନିଜ ଘରଠୁ କିଛି ଦୂରରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଧାମନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ।କାହିଁକି ଏପରି କଲେ ଭାସ୍କର ତାହା ଜଣାପଡିନାହିଁ। ତେବେ ପୋଲିସ ପରିବାର ଲୋକେ ଏବଂ ସାହିପଡୋଶୀଙ୍କୁ ପଚରାଉଚରା ଜାରି ରଖିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ନୂଆପଡ଼ା: ବାଟବଣା ପ୍ରାକ୍ ଶିକ୍ଷା । ଅଙ୍ଗନୱାଡ଼ି କେନ୍ଦ୍ରରେ ଲାଗିରହିଛି ଅବ୍ୟବସ୍ଥା । ଭଙ୍ଗା ଦଦରା ଘରେ ବସିବାକୁ ବାଧ୍ୟ ହେଉଛନ୍ତି ପିଲା । ନାହାନ୍ତି ଅଙ୍ଗନୱାଡ଼ି କର୍ମୀ, ପାଠପଢ଼ା ସମ୍ପୂର୍ଣ୍ଣ ଠପ୍ । ପୁରୁଣା ଗୃହରେ ଚାଲିଛି ଭବିଷ୍ୟତ ଗଢ଼ା । ଶୀଘ୍ର ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି କରିବାକୁ ଦାବି କରାଯାଇଛି । ଅଙ୍ଗନୱାଡ଼ି ଗୃହ ବିପଦ ସଙ୍କୁଳ ହୋଇଥିବାରୁ ଭଙ୍ଗା ଦଦରା ଘରେ ପଢିବାକୁ ବାଧ୍ୟ ହେଉଛନ୍ତି ଗଡ଼ଗଡ ଟେଟେଙ୍ଗ ପଡ଼ା ଗାଁର ଛୋଟ ଛୋଟ ପିଲା । ସ୍ଥାୟୀ କେନ୍ଦ୍ର ଥିଲେ ସୁଦ୍ଧା ସ୍ବଚ୍ଛତା ଏବଂ ରୋଷେଇ ଗୃହ ନଥିବାରୁ ଗୋଟିଏ ପୁରୁଣା ଗୃହରେ ଚାଲିଛି ଭବିଷ୍ୟତ ଗଢା ।
ସ୍ଥାୟୀ କେନ୍ଦ୍ର ଥୁଲେ ସୁଦ୍ଧା ପୁରୁଣା ଘର ହୋଇ ଥିବାରୁ 33 ଜଣ କୁନି କୁନି ପିଲା ଏବେ ବିପଦ ସଙ୍କୁଳ ଅବସ୍ଥାରେ ଅଛନ୍ତି । ବର୍ଷା ଦିନେ ସବୁବେଳେ ଛାତରୁ ପାଣି ଝରୁଥିବାରୁ ପାଠ ପଢିବାରେ ଅସୁବିଧା ହେଉଥିବା କହିଛନ୍ତି ଅଭିଭାବକ ମାନେ । ଏପଟେ ନୂଆପଡ଼ା ଉପଜିଲ୍ଲାପାଳ ଙ୍କୁ ପଚାରିବାରୁ , ଆମେ ସରକାରଙ୍କୁ ଏ ବିଷୟରେ ଜଣାଇବୁ ଏବଂ ଯଥାଶୀଘ୍ର ସମସ୍ୟା ର ସମାଧାନ କରାଯିବ ବୋଲି କହିଛନ୍ତି । ଶିଶୁଙ୍କ ପାଇଁ କେବେ ଯେ ସରକାର ଚିନ୍ତା କରିବେ ଆଉ ଯଥା ଶୀଘ୍ର ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି କରିବେ ତାହା ଦେଖିବାକୁ ବାକି ରହିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : କଟକ ଚୌଧୁରୀ ବଜାରରେ ଥିବା ଏକ ଶାଢ଼ୀ ଦୋକାନରେ ଲାଗିଥିଲା ଭୀଷଣ ନିଆଁ । ଦୀର୍ଘ ଚାରି ଘଣ୍ଟା ପରେ ଚୌଧୁରୀ ବଜାରର ଲୁଗା ଦୋକାନରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇପାରିଛି । ଏବେ ବିପଦ ସଂପୂର୍ଣ୍ଣ ଟଳିଯାଇଛି । ଏନେଇ ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏବେ ବି ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୧୦ଟି ଟିମ୍ ନିଆଁ ଲିଭାଇବା ଲାଗି ଅକ୍ଳାନ୍ତ ପ୍ରଚେଷ୍ଟା ଜାରି ରଖିଛନ୍ତି । ଏଯାଏ ବହୁ ଲୁଗା ଓ ଅନ୍ୟାନ୍ୟ ଆସବାବପତ୍ର ଜଳିପୋଡ଼ି ଯାଇଥିବା ଜଣାଯାଇଛି । ନିଆଁ ଲାଗିଥିବା ଦୋକାନର ପାଖାପାଖି ଅନ୍ୟ କୌଣସି ଦୋକାନକୁ ନିଆଁ ବ୍ୟାପିନାହିଁ ।
ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରୁ ପୁଣି ଏକ କଲରାପତରିଆ ବାଘଛାଲ ଜବତ କରିବା ସହ ଜଣକୁ ଗିରଫ କରିଛି ବନବିଭାଗ । ଶିମିଳିପାଳ ୱାଇଲ୍ଡ ଲାଇଫ ଇଣ୍ଟେଲିଜେନ୍ସ ନେଟୱାର୍କ (S-WIN) ସୂତ୍ର ପକ୍ଷରୁ ଖବର ପାଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଡିଭିଜନର ଟିମ୍ ଆଜି ଏକ ସ୍ଥାନରେ ଚଢ଼ାଉ କରି ଏକ କଲରାପତରିଆ ବାଘଛାଲ ଜବତ କରିଛି ।
ଏହି ଘଟଣାରେ ବଡସାହି ଥାନା ଯଦୁନାଥପୁର ବନ୍ଧସାହି ଅଞ୍ଚଳର ଭୁବନ ସିଂ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି ଶିମିଳିପାଳ ବ୍ୟାଘ୍ରସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନର ଡେପୁଟି ଡାଇରେକ୍ଟର ସମ୍ରାଟ ଗୌଡା ।
ତେବେ ଘଟଣା ସମ୍ପର୍କରେ ବିସ୍ତୃତ ଅନୁସନ୍ଧାନ ଚାଲିଥିବା କାରଣରୁ ଆସନ୍ତାକାଲି ଦିନ ୧୧ଟା ସମୟରେ ବାରିପଦା ସ୍ଥିତ ଫିଲ୍ଡ ଡାଇରେକ୍ଟର-କମ-ଆରସିସିଏଫ, କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସମସ୍ତ ତଥ୍ୟ ପ୍ରଦାନ କରାଯିବା ନେଇ ସୂଚନା ପ୍ରଦାନ କରାଯାଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...