ମୃତକ ଙ୍କ ସ୍ତ୍ରୀ ଗୁରୁତର ଅବସ୍ଥାରେ ସିନାପାଲି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସିନାପାଲି ଅଞ୍ଚଳରେ ବିଜୁ ଏକ୍ସପ୍ରେସ ରାସ୍ତା କାମ ଶୀଘ୍ର ଶେଷ ହେଉ ନ ଥିବାରୁ ସଡ଼କ ଦୁର୍ଘଟଣା ଘଟୁଛି ଏବଂ ଅକାଳରେ ଲୋକଙ୍କ ଜୀବନ ଯାଉଛି l ଶୀଘ୍ର ରାସ୍ତା କାମ ସାରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଡମ୍ପର ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ଅର୍ଗସ ବ୍ୟୁରୋ: ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ନୂଆପଡା ଜିଲ୍ଲା ସିନାପାଲି ସହର ନିକଟ ବିଜୁ ଏକ୍ସପ୍ରେସ ରାସ୍ତାରେ ସଡ଼କ ଦୁର୍ଘଟଣା ଘଟିଛି। ସ୍ୱାମୀ ସ୍ତ୍ରୀ ବାଇକ ରେ ଆସୁଥିବା ବେଳେ ଦୁହିଁଙ୍କୁ ଏକ ଡମ୍ପର ଧକ୍କାଦେଇଥିଲା। ମୃତକ ହେଲେ ନୀଳଜି ଗାଁର ସୁଶାନ୍ତ ସା l
Download Argus News App
