ନିକୁଞ୍ଜ ବିହାରୀ ଧଳଙ୍କୁ ଅବକାରୀ ବିଭାଗ ଅତିରିକ୍ତ ଦାୟିତ୍ୱ

ଅର୍ଗସ୍ ବ୍ୟୁରୋ : ଆଜି ରାଜ୍ୟ ସରକାର ବରିଷ୍ଠ ଆଇଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ସରକାରଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ ବା ଶକ୍ତି ବିଭାଗର ସଚିବ ବରିଷ୍ଠ ଆଇଏଏସ୍ ନିକୁଞ୍ଜ ବିହାରୀ ଧଳଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି । ଶ୍ରୀ ଧଳଙ୍କୁ ଶକ୍ତି ବିଭାଗର ଦାୟିତ୍ୱ ସହ, ଅବକାରୀ ବିଭାଗର ଅତିରିକ୍ତ ଦାୟିତ୍ୱ ଏବଂ ଗ୍ରୀଡ୍କୋର ଚେୟାରମ୍ୟାନ୍ ଭାବେ ନୂଆ ନିଯୁକ୍ତି ଦେଇଛନ୍ତି ସରକାର । ଶ୍ରୀ ଧଳ କାର୍ଯ୍ୟରେ ଯୋଗଦେବା ପରେ ଅବକାରୀ ବିଭାଗର ଅତରିକ୍ତ ଦାୟିତ୍ୱ ସମ୍ଭାଳୁଥିବା ଆଇଏଏସ୍ ଅଧିକାରୀ ଦେଓ ରଞ୍ଜନ କୁମାର ସିଂହ ଏହି ପଦରୁ ହଟିବା ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
Download Argus News App
