2021ରେ ପ୍ରଶାସନ ତରଫରୁ ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ 6ଲକ୍ଷ ଟଙ୍କା ଅନୁଦାନରେ ଆରମ୍ଭ ହୋଇଥିଲା ନୂତନ ଅଙ୍ଗନବାଡି କେନ୍ଦ୍ର । କିନ୍ତୁ 3ବର୍ଷ ପରେ ବି ଶେଷ ହେଉନି ଅଙ୍ଗନବାଡି଼ ନିର୍ମାଣ କାମ । ଗ୍ରାମବାସୀ ବାରମ୍ବାର ବିଡ଼ିଓଙ୍କୁ ଅଭିଯୋଗ କରିବା ପରେ ମଧ୍ୟ ଫଳ ଶୂନ । କିଛିଦିନ ପୂର୍ବରୁ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଝଟିଆଳି ଗ୍ରାମକୁ ଯାଇ ସ୍କୁଲ ପରିଦର୍ଶନ କରିଥିଲେ । ଖୁବଶୀଘ୍ର କାମ ସରିବା ନେଇ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି । ଆଜି ବି ଅସୁରକ୍ଷିତ ଭାବେ ଗଛ ତଳେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର