ସେହିପରି ପୁରୀ ଜିଲ୍ଲାର ସତ୍ୟବାଦୀ, କୃଷ୍ଣପ୍ରସାଦ ଓ କଣାସ ଅଞ୍ଚଳରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି । ବର୍ଷା ବୁଡାଇ ଦେଇଛି ବିରି, ମୁଗ, କୋଳଥ ଓ ବାଦାମ ଚାଷ । ଶହ ଶହ ଏକର ଧାନ ଫସଲ ନଷ୍ଟ ହେଉଛି । ବୌଦ୍ଧ ଓ କଣ୍ଟାମାଳରେ ବିଜୁଳି ସହ ଘଡ଼ଘଡି ଓ ବର୍ଷା କୁଆପଥର ମାଡ଼ ଉଜାଡି ଦେଇଛି ପନିପରିବା ଚାଷ । କ୍ଷେତରେ ପାଣି ଜମି ରହିଥିବାରୁ କୋବି, ଟମାଟୋ ପିଆଜ, ବାଇଗଣ ଓ ଡାଲିଜାତୀୟ ମୁଗ, ବିରି, କୋଳଥ ଫସଲ ନଷ୍ଟ ହୋଇଯାଇଛି ।
ସେପଟେ ସୁବର୍ଣ୍ଣପୁର ଜିଲ୍ଲାରେ ବିଲରେ ପାଣି ଜମି ଲକ୍ଷାଧିକ ଟଙ୍କାର ତରଭୁଜ ପଚି ସଢି ନଷ୍ଟ ହୋଇଯାଇଛି । ଧାର କରଜ କରି ଚାଷ କରିଥିବା ଚାଷୀ ଫସଲ ନଷ୍ଟ ଦେଖି ଚିନ୍ତାରେ ପଡିଛି । ଅନ୍ୟପଟେ କନ୍ଧମାଳ ଜିଲ୍ଲା ସୁବର୍ଣ୍ଣଗିରିରେ ବଜ୍ରାଘାତରେ ଆଖି ବୁଜିଲା ନାବାଳକ ଭାଇ । ଭଉଣୀ ଗୁରୁତର ହୋଇ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛି । ସେପଟେ ବଲାଙ୍ଗିର ଜିଲ୍ଲା ଝରଣି ପଞ୍ଚାୟତ ରାଉତମୁଣ୍ଡା ଗାଁରେ ପ୍ରବଳ ବର୍ଷା ଯୋଗୁଁ ଘର ଭାଙ୍ଗି ଗୋଟିଏ ପରିବାର ବେସାହାରା ହୋଇଛି । ସେହିପରି ଅନେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଓ ଗଛ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି । ଖାଲ ଖମା ରାସ୍ତାରେ ଅଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ରାଜ୍ୟରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି । ଆସନ୍ତାକାଲି ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ପାଇଁ ଜଗତସିଂହପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼ ଓ ପୁରୀକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କୋରାପୁଟ, ମାଲକାନଗିରି, ରାୟଗଡ଼ା, କନ୍ଧମାଳ, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ ଗଦିଁଆ, ଭୁବନରେ ସର୍ବାଧିକ ୭୨ ମିଲିମିଟର ବର୍ଷା ରେକର୍ଡ । ଅନୁଗୁଳ ଆଠମଲିକରେ ୬୮ ମିଲିମିଟର, ବୌଦ୍ଧ କଣ୍ଟାମାଳରେ ୬୬.୨ ମିମି ବର୍ଷା ରେକର୍ଡ ହୋଇଛି ।