ରାସେଶ୍ୱରୀ ପାଣିଗ୍ରାହୀକୁ ଟିକେଟ ନଦେଲେ ସମ୍ବଲପୁରରେ ବିରୋଧ କରାଯିବ ବୋଲି ଚେତାବାନୀ ଦେଇଛନ୍ତି କିଛି ବିଜେଡି କର୍ମୀ । ତେବେ ଆଗକୁ ନିର୍ବାଚନ ଥିବାବେଳେ ବିଜେଡିରେ ଏବେଠୁ ଦେଖାଦେଲାଣି କନ୍ଦଳ। ଆଗକୁ ସ୍ଥିତି କଣ ହେବ ତାକୁ ନେଇ ଚିନ୍ତା କରୁଛି ବିଜେଡି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ସମ୍ବଲପୁର ପ୍ରଣବ ପ୍ରକାଶ ଦାସ ପହଁଞ୍ଚିବା ପରେ ବିଜେଡିର ଗୋଷ୍ଟି କନ୍ଦଳ ବଢିଲା । ବବି ଦାସଙ୍କ ଉପସ୍ଥିତିରେ ରୋହିତ ପୁଝାରୀ ଓ ରାସେଶ୍ୱରୀ ପାଣିଗ୍ରାହୀ ମୁହାଁମୁହିଁ ହୋଇଛନ୍ତି । ସମ୍ବଲପୁର ବିଧାନସଭା ସିଟ ନେଇ ଝଗଡା ଲାଗିଥିବା ଦେଖିବାକୁ ମିଲିଛି । ସେପଟେ ରାସେଶ୍ୱରୀ ପାଣୀଗ୍ରାହୀଙ୍କ ସର୍ମଥକ ମାନେ ବବିଙ୍କ ଉପସ୍ଥିତିରେ ବିଜେଡିକୁ ସମର୍ଥନ ନକରିବା ପାଇଁ ଚେତାବନୀ ଦେଇଛନ୍ତି ।
ରାସେଶ୍ୱରୀ ପାଣିଗ୍ରାହୀକୁ ଟିକେଟ ନଦେଲେ ସମ୍ବଲପୁରରେ ବିରୋଧ କରାଯିବ ବୋଲି ଚେତାବାନୀ ଦେଇଛନ୍ତି କିଛି ବିଜେଡି କର୍ମୀ । ତେବେ ଆଗକୁ ନିର୍ବାଚନ ଥିବାବେଳେ ବିଜେଡିରେ ଏବେଠୁ ଦେଖାଦେଲାଣି କନ୍ଦଳ। ଆଗକୁ ସ୍ଥିତି କଣ ହେବ ତାକୁ ନେଇ ଚିନ୍ତା କରୁଛି ବିଜେଡି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ଵ୍ୟୁରୋ : କଂଗ୍ରେସ ଉପରେ ବର୍ଷିଲେ ଯୋଗୀ ଆଦିତ୍ୟନାଥ । ରାଜନୈତିକ ଆକ୍ରମଣ କରିବା ସହ ତୁହାକୁ ତୁହା ଅଭିଯୋଗ ଆଣିଲେ ଯୋଗୀ । ଉତ୍ତରପ୍ରଦେଶ ମୁରାଦାବାଦର ନିର୍ବାଚନ ରାଲି ସମୟରେ ଏପରି ଦେଖିବାକୁ ମିଳିଛି । କଂଗ୍ରେସ ଉପରେ ବର୍ଷିବା ସହ କଂଗ୍ରେସର ଲୋକମାନଙ୍କୁ ଲଜ୍ୟାହୀନ ବୋଲି କହିଲେ ।
ଯୋଗୀ ଆଦିତ୍ୟନାଥ ସଂଭଲ ଲୋକସଭା ସିଟ ବିଜେପିର ପ୍ରାର୍ଥୀ ପରମେଶ୍ଵର ଲାଲ ସୌନୀଙ୍କ ପାଇଁ ରାଲି କରୁଥିବା ସମୟରେ ଆକ୍ରୋଶମୂଳକ କଥା କହିଛନ୍ତି । ଏଜା ସହ ଯୋଗୀ ମୋଦିଙ୍କ ଭାଷଣକୁ କହିଥିଲେ, କଂଗ୍ରେସ ସ୍ତ୍ରୀଧନକୁ ଜବରଦଖଲ କରି ରୋହିଙ୍ଗ୍ୟା ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ମଧ୍ୟରେ ବଣ୍ଟନ କରିବାକୁ ଚାହୁଁଛନ୍ତି।
ନିଜର ଘୋଷଣାପତ୍ରରେ ଲୋକଙ୍କ ସମ୍ପତ୍ତିର ଏକ୍ସ-ରେ ବିଷୟରେ କହିଛି। ଏହାର ଅର୍ଥ ଲୋକଙ୍କ ଘର ଛଡାଇ ନେବା ସହ କଂଗ୍ରେସ ମହିଳା ମାନଙ୍କର ଆଭୂଷଣ ମଧ୍ୟ କବଜା କରିନେବ । ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଥିଲେ ଦେଶର ସମଗ୍ର ଉପରେ ପ୍ରଥମେ ମୁସଲମାନଙ୍କର ଅଧିକାର ରହିଛି , ସେହି କଂଗ୍ରେସ ଦେଶ ବିଭାଜନ କରିଦେବ ବୋଲି ଅଭିଯୋଗ କରିଥିଲେ
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଉତ୍ତରାଖଣ୍ଡର ନୈନିତାଲର ଜଙ୍ଗଲରେ ଭୟଙ୍କର ନିଆଁ । ଶହ ଶହ ହେକ୍ଟର ଜଙ୍ଗଲ ଜଳୁଛି । ନିଆଁ ଗୋଟିଏ ପରେ ଗୋଟିଏ ଅଂଚଳକୁ ବ୍ୟାପିବାରେ ଲାଗିଛି । ନିଆଁ ଏତେ ଭୟଙ୍କର ଜଳୁଛି ଯେ, ନିଆଁ ଲିଭାଇବାକୁ ବାୟୁସେନା ଓ ସ୍ଥଳସେନାର ସହାୟତା ନିଆଯାଛି । ବାୟୁସେନାର Mi-17 helicopter ଦ୍ବାରା ଭୀମତାଲ ହ୍ରଦରୁ ପାଣି ଆଣି ଲିଭାଯାଉଛି । ସେପଟେ ନିଆଁକୁ ଆୟତ୍ତ କରିବା ପ୍ରଶାସନ ପାଇଁ ବଡ ଚ୍ୟାଲେଜ ବୋଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ କହିଛନ୍ତି ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଭୁବନେଶ୍ୱର: ରେକର୍ଡ ଭାଙ୍ଗୁଛି ଚଳିତ ବର୍ଷର ଏପ୍ରିଲ ମାସର ତାପମାତ୍ରା । ବିଗତ 12 ଦିନ ହେବ ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ଲଗାତାର 40 ଉପରେ ରହିଥିବାବେଳେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି ଲାଗି ରହିଛି । ଏପ୍ରିଲ ମାସରେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଦୁଇଟି ସ୍ପେଲରେ 14 ଦିନ ହେବ ଉଷ୍ମ ଦିନ ରେକର୍ଡ ହୋଇସାରିଲାଣି । ଆଗକୁ କୌଣସି ବଡ଼ ବର୍ଷାର ସମ୍ଭାବନା ନଥିବାବେଳେ ମେ ମାସ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ଉଷ୍ମ ଦିନ ସ୍ଥିତି ଲାଗି ରହିବ ।
ଖାଲି ସେତିକି ନୁହେଁ ଆଗାମୀ 48 ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି 2°C ଯାଏଁ ବୃଦ୍ଧି ସମ୍ଭାବନା ରହିଛି । ଯାହା ପ୍ରଭାବରେ ଆଗାମୀ 4 ରୁ 5 ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଉଷ୍ମ ପାଣିପାଗ ସ୍ଥିତି ଜାରି ରହିବା ସହ କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହରୁ ଗ୍ରୀଷ୍ମ ପ୍ରବାହ ସ୍ଥିତି ଲାଗି ରହିବ । ରାଜ୍ୟର ଉତ୍ତର ଓଡ଼ିଶା ଏବଂ ପଶ୍ଚିମ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଅଧିକ ରହିବା ସହ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଆଦ୍ରତା ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।
ଆବଶ୍ୟକ ନଥିଲେ ଦିନ 11 ଟା ରୁ 3 ଟା ମଧ୍ୟରେ ଘରୁ ବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି । ଗର୍ଭବତୀ, ହାର୍ଟ ରୋଗୀ, ଛୋଟପିଲା, ବୟସ୍କ ବ୍ୟକ୍ତି ବିଶେଷ ଯତ୍ନବାନ ହେବା ସହ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ଏଲର୍ଟ ଜାରି କରିଛି ।
ଆହୁରି ପଢନ୍ତୁ ପାଣିପାଗ ଖବର...