ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ଅଧିକାରୀ ....ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୀଳଗିରି ଡେପୁଟି କଲେକ୍ଟର ପରୀକ୍ଷିତ ଜେନାଙ୍କ ଘରେ ଭିଜିଲାନ୍ସର ୧୨ ଜଣିଆ ଟିମ ଚଢ଼ଉ କରିଛି। ତାଙ୍କ ଭଡ଼ାଘର ସମେତ ବିଭିନ୍ନ ସ୍ଥାନରେ ଚଢଉ ଚାଲିଥିବା ସୂଚନା ମିଳିଛି
୨- ସୁନ୍ଦରଗଡ଼ କୋଇଡ଼ାରେ ହାତୀ ଉତ୍ପାତ....ଶୋଇଥିବା ବେଳେ ଗର୍ଭବତୀ ମା’ ସହ ୮ ବର୍ଷର ପୁଅଙ୍କୁ ଦଳିଦେଲା ଦନ୍ତା
୩- କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା....ତଦନ୍ତ ଭାର ନେଲା ସିବିଆଇ
୪- ସମସ୍ତ ମେଡିକାଲ କଲେଜ ପାଇଁ ଜାରି ହେଲା ଆଡଭାଇଜରି, କ୍ୟାମ୍ପସ ପରିସରରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦେଲା ନ୍ୟାସନାଲ ମେଡିକାଲ କମିଶନ (NMC)
୫- ରାଜସ୍ଥାନରେ ବର୍ଷା ବିତ୍ପାତ, ୨ ଦିନରେ ୨୬ ମୃତ: ୟୁପିର ୩୩ ଜିଲ୍ଲାରେ ବନ୍ୟା, ବାରଣାସୀର ୬୫ ଘାଟ ଜଳମଗ୍ନ
୬- ଭାରତୀୟ ଆଇଟି ସେକ୍ଟରରୁ ଆସିଲା ପଜିଟିଭ ସଙ୍କେତ: ଫ୍ରେଶର୍ସଙ୍କୁ ନିଯୁକ୍ତି ପାଇଁ ପ୍ରସ୍ତୁତ ହେଉଛନ୍ତି TCS, କଗ୍ନିଜାଣ୍ଟ ଓ ଆସେଞ୍ଚର ପରି ପ୍ରତିଷ୍ଠିତ ଟେକ୍ କମ୍ପାନୀ
୭- ପୁଣି ଘୁଞ୍ଚିଲା ଭିନେଶ ଫୋଗଟଙ୍କ ଶୁଣାଣି....ଆସନ୍ତା ଅଗଷ୍ଟ ୧୬ ତାରିଖରେ ଭିନେଶ ଫୋଗାଟଙ୍କ ଶୁଣାଣି କରିବେ କୋର୍ଟ। ତେବେ ଆଜି ଭିନେଶ ଫୋଗାଟଙ୍କ ମାମଲାରେ ଶୁଣାଣି କରିଥାନ୍ତେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର ସ୍ପୋର୍ଟ୍ସ। ହେଲେ ବର୍ତ୍ତମାନ ଏହାକୁ ଘୁଞ୍ଚାଇ ଦିଆଯାଇଛି
୮- ଗ୍ଲୋବାଲ ମାର୍କେଟରେ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କଲା Google: ଭାରତୀୟ ବଜାରକୁ ଆସିଲା Pixel 9 ସିରିଜର ୪ଟି ସ୍ମାର୍ଟଫୋନ
୯- ଶ୍ରୀଦେବୀଙ୍କ ଜନ୍ମ ବାର୍ଷିକୀରେ ତିରୁପତି ମନ୍ଦିର ପହଞ୍ଚିଲେ ଜାହ୍ନବୀ, ବୟଫ୍ରେଣ୍ଡ ଶିଖରଙ୍କ ସହ କଲେ ଦର୍ଶନ
୧୦- ଆସନ୍ତା ୧୭ ତାରିଖ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ କାଁ ଭାଁ ବର୍ଷା....ନିଅଣ୍ଟିଆ ବର୍ଷା ସ୍ଥିତି ବଢ଼ିବା ସହ ଚାଷ କାର୍ଯ୍ୟ ପ୍ରଭାବିତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଭାରତର ଗଳିକନ୍ଦିରେ ରହିଛି ଅନେକ ଗାଁ ରହିଛି। କିଛି ଆମେ ଜାଣିପାରୁଛେ ତ। ଆଉ କିଛି ଦୃଷ୍ଟିଆଢ଼ୁଆଳରେ ରହିଯାଇଛି। କିନ୍ତୁ ଏପରି ଏକ ଗାଁ ରହିଛି ଯେଉଁଠି କାହାର ବି ଜମି ପଟ୍ଟା ନାହିଁ। ଜଣଙ୍କ ଘରେ ବି ତାଲା ପଡ଼େନି। ଏହି ଗାଁରେ ଗୋଟିଏ ବି ସିମେଣ୍ଟ ଘର ନାହିଁ। କେଉଁ ବି ଘରର ଛାତ ନାହିଁ। ସବୁଠୁ ଆଶ୍ଚର୍ଯ୍ୟକର କଥା ଏଠାକାର ବାସୀନ୍ଦା ମଦ କିମ୍ବା ଆମିଷକୁ ହାତ ମାରନ୍ତିନି। ଏମିତିକି ଜଳାହୁଏନି କେବେ ନିମ୍ବ କାଠ କିମ୍ବା କିରାସିନ।
ବର୍ତ୍ତମାନ ଏହି ଗ୍ରାମକୁ ଭାରତର ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବେ ମଙ୍ଗଳବାର କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ଏହି ଗାଁଟି ହେଉଛି ରାଜସ୍ଥାନର ବେୱର ଜିଲାର ଦେବମାଲି ଗାଁ। ଲୋକପ୍ରିୟତା ତଥା ସ୍ଥାନୀୟ ସଂସ୍କୃତିର ସଂରକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଦେବମାଲିକୁ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବରେ ଚୟନ କରାଯାଇଛି। ଗାଁଟିର ନାଁ ଆରାଧ୍ୟ ଦେବତା ପ୍ରଭୁ ଦେବନାରାୟଣଙ୍କ ନାମ ଅନୁସାରେ ନାମକରଣ କରାଯାଇଛି। ପର୍ଯ୍ୟଟକଙ୍କ ମଧ୍ୟରେ ଏହି ଗାଁ ବେଶ ଲୋକପ୍ରିୟ। ସ୍ଥାନୀୟ ସଂସ୍କୃତିର ସଂରକ୍ଷଣ ଆଧାରରେ ଶ୍ରେଷ୍ଠ ପର୍ଯ୍ୟଟନ ଗାଁର ସମ୍ମାନ ପ୍ରଦାନ କରାଯାଉଛି।
ଆସନ୍ତା ନଭେମ୍ବର ୨୭ରେ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାର ଏହି ଗ୍ରାମକୁ ସମ୍ମାନିତ କରିବେ। ଏନେଇ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ମାଇକ୍ରୋବ୍ଲଗିଂ ପ୍ଲାଟ୍ଫର୍ମ ଏକ୍ସ’ରେ ସୂଚନା ଦେଇଛନ୍ତି। ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମର ମାନ୍ୟତା ଦ୍ୱାରା ଦେବମାଲିର ଐତିହାସିକ, ସାଂସ୍କୃତିକ ଏବଂ ପ୍ରାକୃତିକ ଐତିହ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ମିଳିପାରିବ ବୋଲି ଦିୟା କହିଛନ୍ତି।
ଅଧିକ ପଢ଼ନ୍ତୁ ଭାରତ ଖବର