ମସ୍ତିଷ୍କ ପାଇଁ ଲାଭଦାୟକ
ରିସର୍ଚ୍ଚ କହୁଛି ମାଛରେ ଓମେଗା-3 ଫ୍ୟାଟି ଏସିଡି ଥାଏ ଯାହା ମସ୍ତିଷ୍କ ପାଇଁ ଲାଭଦାୟକ। ଏହା ବ୍ୟତିତ ବୟସ୍କ ଲୋକଙ୍କ ଡିମେନ୍ସିଆ ପରି ଭୁଲିଯିବା ରୋଗକୁ ଦୂର କରିଥାଏ। ଏକ ଷ୍ଟଡିରୁ ଏହା ଜଣାପଡିଛି ଯେ, ପ୍ରେଗେନ୍ସି ସମୟରେ ମାଛ ଖାଇବା ବହୁତ ଲାଭଦାୟକ। କାରଣ ଏଥିରେ ପିଲାର ମସ୍ତିଷ୍କ ବିକଶିତ ହୋଇଥାଏ।
ଡିପ୍ରେସନ ଦୂର କରେ
ମାଛ ଖାଇବା ଦ୍ୱାରା କେବଳ ଶରୀର ସୁସ୍ଥ ରୁହେ ତାହା ନୁହେଁ ବରଂ ମେଣ୍ଟାଲ ହେଲ୍ଥ ମଧ୍ୟ ଭଲ ରହିଥାଏ। କିଛି ଅଧ୍ୟୟନରୁ ଜଣାପଡିଛି ଯେ, ଯେଉଁମାନେ ପ୍ରତ୍ୟେକ ଦିନ ମାଛ ଖାଆନ୍ତି ସେମାନଙ୍କୁ କୌଣସି ପ୍ରକାର ମେଣ୍ଟାଲ ହେଲ୍ଥ ସହ ଜଡିତ ରୋଗ ହୋଇନଥାଏ। ଏଥିସହିତ ମାଛ ଷ୍ଟ୍ରେସ , ଚିନ୍ତା ଏବଂ ଅବସାଦକୁ ଦୂର କରିଥାଏ।
ହାର୍ଟ ସହିତ ଜଡିତ ରୋଗ ପାଇଁ ଭଲ
ହାର୍ଟ ରୋଗୀଙ୍କ ପାଇଁ ମାଛ ଖାଇବା ଲାଭଦାୟକ। ଏଥିରୁ ମିଳୁଥିବା ଓମେଗା-3 ଫ୍ୟାଟି ଏସିଡି ହାର୍ଟକୁ ମଜଭୁତ କରିଥାଏ। ଓମେଗା -3 ମଧ୍ୟ ଟ୍ରାଇଗ୍ଲେସିରାଇଡର ବିପଦକୁ ହ୍ରାସ କରିଥାଏ।
ଆସ୍ଥମାରୁ ରକ୍ଷା କରିଥାଏ
ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ, ମାଛରେ ଏନ୍-3 ଅଏଲ ମିଳିଥାଏ ଯାହା ଆସ୍ଥମା ବିପଦରୁ ରକ୍ଷା କରିଥାଏ। ଏଥିସହିତ ଡାଇରିଆ ଏବଂ ସ୍କିନ୍ ଆଲର୍ଜିରୁ ରକ୍ଷା କରିଥାଏ।
ଆଖିର ଦୃଷ୍ଟିଶକ୍ତି ପାଇଁ ଲାଭଦାୟକ
ମାଛରେ ଥିବା ଓମେଗା-3 ଫ୍ୟାଟି ଏସିଡ୍ ଆଖିର ଜ୍ୟୋତିକୁ ପ୍ରଖର କରିବାରେ ସାହାଯ୍ୟ କରିଥାଏ। ଆଖିର ରେଟିନାକୁ ଦୁଇ ପ୍ରକାର ର ଓମେଗା-3 ଫ୍ୟାଟି ଏସିଡ୍ ର ଆବଶ୍ୟକ ପଡିଥାଏ। ଡିଏଚଏ ଏବଂ ଇପିଏ ଏହି ଦୁଇଟି ହିଁ ଫ୍ୟାଟି ଏସିଡ୍ ସାଲ୍ମନ, ଟୁନା ଏବଂ ଟ୍ରାଉଟ୍ ପରି ମାଛରେ ମିଳିଥାଏ।
ମାଛ ଏପରି ଏକ ଖାଦ୍ୟ ଯାହା ସମସ୍ତିଙ୍କ ପ୍ରିୟ। ହେଲେ ମାଛରେ ଏତେସବୁ ଉପରକାର ଆପଣ ଜାଣିବା ପରେ ଆଉ ବିଳମ୍ବ କରିବେନି ଆପଣଙ୍କ ହେଲ୍ଦି ଡାଏଟ୍ ରେ ଆଡ୍ କରିବା ପାଇଁ ।
ଅଧିକ ଦେଖନ୍ତୁ :