ଝର ପଡିଲେ ପାଣି ସଂଗ୍ରହ କରୁଛନ୍ତି ଗ୍ରାମବାସୀ। ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଇ ଦେବା ପାଇଁ କିଛି ବର୍ଷ ତଳେ କାମ ଆରମ୍ଭ ହୋଇଥିଲା। ମାତ୍ର କାମ ଅଧାରୁ ବନ୍ଦ ହୋଇଗଲା। ଫଳରେ ସଫଳ ହୋଇ ପାରିଲାନି ବସୁଧା। ଠିକାଦାର ଏବଂ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ହେତୁ କାମ ଅଧପନ୍ତରିୟା ହୋଇ ପଡିରହିଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ମାତ୍ର ନା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲା ନା ବିଭାଗୀୟ କର୍ତ୍ତୁପକ୍ଷ। ଦୁର୍ଗମବାସୀଙ୍କୁ ବସୁଧା ଧୋକା। ପାଣି ନାଁରେ ମିଳୁଛି ଧୋକା। ତେବେ ପାଣି ସମସ୍ୟାର ସମାଧାନ ନହେଲେ ଅଞ୍ଚଳବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର