ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ରାଜୁମୁଣ୍ଡାବାସୀଙ୍କୁ ବିକାଶ ଧୋକା। ଗାଁରେ ଅପହଞ୍ଚ ସରକାରୀ ଯୋଜନା। ରାସ୍ତା ପାଣି ବିନା ଅଭିଶପ୍ତ ଜୀବନ ବଞ୍ଚୁଛନ୍ତି ଦୁର୍ଗମବାସୀ। ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀର ରାଜୁମୁଣ୍ଡା। ଗାଁକୁ ଦେଖିଲେ ସ୍ପଷ୍ଟ ହେଉଛି ବିକାଶର ବାସ୍ତବତା। ରାସ୍ତା ଏଠି ମରଣଯନ୍ତା। ଖାଲଖମା ଭରା ପଥୁରିଆ ରାସ୍ତାରେ ଚାଲିକି ଯିବା ବି ମୁସ୍କିଲ। ମାତ୍ର ରାସ୍ତା ନଥିବାରୁ ବର୍ଷ ବର୍ଷ ଧରି ଏହି ରାସ୍ତାରେ ଯିବା ଆସିବା କରୁଛନ୍ତି ଅଞ୍ଚଳବାସୀ। ରାଜୁମୁଣ୍ଡାର ଏହି ରାସ୍ତା ଦେଇ ପ୍ରାୟ 5 ଟି ଗାଁ ଲୋକେ ଯିବା ଆସିବା କରନ୍ତି। ମାତ୍ର ଏମାନଙ୍କ ସମସ୍ୟା ବିସୟ ଜାଣି ମଧ୍ୟ ପ୍ରାଶାସନ ଚୁପ । ବର୍ଷ ବର୍ଷ ଧରି ଏଠାରେ ଲୋକଙ୍କୁ ପ୍ରତିଶୃତି ନାଁରେ ମିଳିଛି ଖାଲି ପ୍ରତାରଣା। 25 ବର୍ଷର ସ୍ଥାୟୀ ସରକାରରେ ଦୁର୍ଗମବାସୀଙ୍କୁ ବିକାଶ ଧୋକା। ପକ୍କା ରାସ୍ତା ଯୋଜନା ନାଁରେ ଲୋକଙ୍କୁ ଧୋକା ଏପଟେ ଅଧିକାରୀ ଓ ଠିକାଦାର ମାଲେମାଲ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: 350 କୋଟି ଟଙ୍କାର ଆଖିଖୋସି ହେଲା ଭଳି ବିଲ୍ଡିଂ। 4 ଲକ୍ଷ ସ୍କୋୟାର ଫୁଟର ଜାଗା। ଆଲିସାନ ବହୁତଳ କାଚ ବିଲଡିଂ ଭିତରେ ଆକର୍ଷଣୀୟ ଇଣ୍ଟରୀୟର। ହେଲେ ଏ ସବୁ କାହା ପାଇଁ ? ଓଡ଼ିଶାରେ ଷ୍ଟାର୍ଟ ଅପ୍ କରିଥିବା ରାଜ୍ୟର ଯୁବ ଉଦୋଗୀଙ୍କ ପାଇଁ ଏହି ଓ- ହବ ବିଲ୍ଡିଙ୍ଗର ଯୋଜନା କରିଥିଲେ ବିଜେଡି ସରକାର। ହେଲେ ଏତେ ବଡ ବିଲ୍ଡିଙ୍ଗରେ ଓଡିଶାର ଗୋଟିଏ ହେଲେ ବି ଷ୍ଟାର୍ଟ ଅପ୍ କମ୍ପାନୀକୁ ମିଳିନି ଜାଗା।
ବରଂ ଅଣ ଓଡ଼ିଆ ବହୁ ରାଷ୍ଟ୍ରୀୟ କମ୍ପାନୀଙ୍କ ଅଫିସ ଖୋଲାଯାଇଛି ଏହି ବିଲଡିଂରେ। ଅଭିଯୋଗ ଏହି ଓ-ହବ୍ ବିଲଡିଂ ଥିଲା ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ରଙ୍କ ସଂପୂର୍ଣ୍ଣ ନିୟନ୍ତ୍ରଣରେ। ଆଉ ଓଡ଼ିଆ ଉଦ୍ୟୋଗୀ ମାରଣ ନୀତିର ମୁଖ୍ୟ କାର୍ପଟଦାର ସାଜିଥିଲେ ବିଜେଡି ସରକାରଙ୍କ ଗେହ୍ଲାପୁଅ ସାଜିଥିବା ମନୋଜ ମିଶ୍ର। ବିନା ଲାଞ୍ଚ କାରବାରରେ କୌଣସି ଓଡ଼ିଶାର କମ୍ପାନୀଗୁଡ଼ିକର କାମ ହେଉନଥିଲା। ମନୋଜ ମିଶ୍ରଙ୍କ ଖାସ ଅଫିସରମାନେ ଇଭେଣ୍ଟ ନାଁରେ ନିର୍ଦ୍ଦିଷ୍ଟ କେତେତ ଘରୋଇ କଲେଜକୁ ଅନୁଗୃହିତ କରୁଥିଲେ।
ତା ପଛରେ ବି ଲକ୍ଷାଧିକ ଟଙ୍କାର କମିଶନ କାରବାର ହେଉଥିବା ନେଇ ଅଭିଯୋଗ କରିଛନ୍ତି ଯୁବ ଉଦ୍ୟୋଗୀ।
ଖାଲି ସେତିକି ନୁହେଁ ଅଭିଯୋଗ ହୋଇଛି ବିଜେଡି ଶାସନରେ ଷ୍ଟାର୍ଟଅପ୍ ଓଡ଼ିଶା ନାଁରେ ବିଦେଶ ବୁଲି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ଅଫିସର୍। ଇନଭେଷ୍ଟ ଓଡ଼ିଶା ନାଁରେ ବି ରାଜକୋଶ ଲୁଟ୍ ଚାଲିଥିଲା। ଏପଟେ ରାଜଧାନୀରେ ଅଫିସ ଖଣ୍ଡିଏ କରି ନିଜ ଷ୍ଟାର୍ଟ ଅପ୍ କୁ ଆଗେଇବା ପାଇଁ ଯୁବ ଉଦ୍ୟୋଗୀଙ୍କୁ ସଂଘର୍ଷ କରିବାକୁ ପଡୁଥିଲା।
ଅଭିଯୋଗ ମନୋଜ ମିଶ୍ରଙ୍କ ପରି ଭ୍ରଷ୍ଟ ଅଧିକାରୀଙ୍କ ଯୋଗୁଁ ପ୍ରତାରଣାର ଶିକାର ହେଉଥିଲେ ଓଡ଼ିଆ ଯୁବ ଉଦ୍ୟୋଗୀ। ହେଲେ ତାଙ୍କର କେହି କିଛି କରିପାରୁନଥିଲେ। କାରଣ ସେ ଥିଲେ ନୀବନ ପାଣ୍ଡିଆନଙ୍କ ଖାସ୍। ଏବେ ସରକାର ବଦଳିବା ପରେ ଏହି ଭ୍ରଷ୍ଟ ଅଧିକାରୀଙ୍କ ବିରୋଧରେ ତଦନ୍ତ କରାଯାଇ ହେବ କି କାର୍ଯ୍ୟାନୁଷ୍ଠାନ ?
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ସମୟର ସବୁଠାରୁ ସୁନ୍ଦର ଉପଲବ୍ଧି କଣ ଜାଣନ୍ତି ? ସମୟ ହେଉଛି ପରିବର୍ତ୍ତନଶୀଳ । କଭୀ ଗମ୍, କଭୀ ଖୁସି । କଭୀ ଆସୁଁ, କଭୀ ହସୀ । ନା କଣ କହୁଛନ୍ତି ? ବେଶୀ ନୁହେଁ, ଏଇ ଛଅ ମାସ ତଳର କଥା । ୧୯ ନଭେମ୍ବର ୨୦୨୩ରେ ଥିଲା ଦୁଃଖ, ନିରାଶା, ହତାଶା।
କିନ୍ତୁ ଆଜି ଖୁସି, ଉତ୍ସାହ ଆଉ ହସର ବେଳ । ୱାନଡେ ୱାର୍ଲ୍ଡ କପରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହେବା ପରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଟିମ୍ ମେମ୍ବରଙ୍କୁ ଡ୍ରେସିଂ ରୁମରେ ଭେଟିଥିଲେ, ଖେଳାଳିମାନେ ବେଶ ଭାଙ୍ଗି ପଡ଼ିଥିଲେ । ପ୍ରଧାନମନ୍ତ୍ରୀ ସମସ୍ତେ ଖେଳାଳି ଓ କୋଚିଂ ଷ୍ଟାଫଙ୍କର ପିଠି ଥାପୁଡ଼ାଇ ସାହସ ଭରିଥିଲେ ।
ଏବେ ଛଅ ମାସ ପରେ ଯେତେବେଳେ ଭାରତୀୟ ଟିମ୍ ୱାର୍ଲ୍ଡ ଟି୨୦ ଜିତି ସ୍ବଦେଶ ଫେରିଛି ସେମିତି ଏକ ସାକ୍ଷାତ ବି ହୋଇଛି । ଅବଶ୍ୟ ବିଶ୍ବକପ ବିଜୟ ପରେ ମୋଦି ନିଜେ ଫୋନ୍ କରି ରୋହିତ, ବିରାଟ ଓ କୋଚ୍ ଦ୍ରାବିଡଙ୍କ ସହ କଥା ହୋଇଥିଲେ । ହେଲେ ଆଜି ଟ୍ରଫି ନେଇ କପ୍ତାନ ରୋହିତ ଶର୍ମା ପିଏମ୍ ମୋଦିଙ୍କୁ ଭେଟିବା ପାଇଁ ତାଙ୍କ ସରକାରୀ ଆବାସରେ ପହଞ୍ଚିଥିଲେ । ଟିମ୍ ସହିତ ବିସିସିଆଇ ପ୍ରେସିଡେଣ୍ଟ ରୋଜର ବିନ୍ନି ଓ ସେକ୍ରେଟାରୀ ଜୟ ଶାହ ମଧ୍ୟ ସାଥିରେ ଥିଲେ। ପ୍ରଧାନମନ୍ତ୍ରୀ ସବୁ ଖେଳାଳିଙ୍କ ସହ କଥାବାର୍ତ୍ତା କରିଥିଲେ ଆଉ ଖେଳାଳିମାନେ ବି ୱାଲର୍ଡ କପ୍ ସ୍ମୃତି ସେୟାର କରିଥିଲେ । କଥାବାର୍ତ୍ତା ବେଳେ ଖେଳାଳି ସହ ବେଶ ହସଖୁସି ହେଉଥିବାର ମଧ୍ୟ ଦେଖିବାକୁ ମିଳିଥିଲେ ମୋଦି । ଖେଳାଳିଙ୍କ ଚେହେରାରେ ବି ଖୁସି ହିଁ ଖୁସି ଝଲକୁଥିଲା ।
ତେବେ ଏହା ପୂର୍ବରୁ ବାତ୍ୟା ପାଇଁ ବାର୍ବାଡୋସରେ ଫସିଥିବା ଟିମ୍ ଇଣ୍ଡିଆ ଆଜି ସକାଳେ ସ୍ବତନ୍ତ୍ର ବିମାନ ଯୋଗେ ଆସି ନୂଆଦିଲ୍ଲୀରେ ପହଞ୍ଚିଥିଲା । ଆଉ ଇଏ ହେଉଛି ସେହି ସମୟର ଦୃଶ୍ୟ। ଏୟାରପୋର୍ଟରୁ ହୋଟେଲ, ପ୍ରିୟ କ୍ରିକେଟରଙ୍କ ସ୍ବାଗତ ପାଇଁ ପୂରା ପ୍ରସ୍ତୁତ ଥିଲେ ଫ୍ୟାନ । ଏତେ ବର୍ଷ ପରେ ୱାର୍ଲଡ କପ୍ ଭାରତ ଲେଉଟୁଥିବାରୁ ଚାରିଆଡ଼େ ଉତ୍ସାହ, ଉଦ୍ଦୀପନା, ଦେଖିବାକୁ ମିଲିଥିଲା । ଖେଳାଳିମାନେ ବି ଡ୍ୟାନ୍ସ କରି ତ ପୁଣି କେକ୍ କାଟି ଖୁସି ମନାଇଥିଲେ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
ଅର୍ଗସ ବ୍ୟୁରୋ: କୁସୁମା କେଳେଙ୍କାରୀ ପଦାକୁ ଆସିବା ପରେ ପ୍ରଶାସନ ଲଗାଇଛି ନୋ ଏଣ୍ଟ୍ରି ନୋଟିସ । ହେଲେ କୁସୁମାରେ ଆଲିସାନ୍ ବଙ୍ଗଳା କେମିତି ନିର୍ମାଣ ହେଲା ଏନେଇ ମୁହଁ ଖୋଲୁନି ଯାଜପୁର ଜିଲ୍ଲାପ୍ରଶାସନ । ଜିଲ୍ଲାପାଳ କହୁଛନ୍ତି ଏହାକୁ କ୍ରୀଡା ବିଭାଗକୁ କରାଯାଇଛି ହସ୍ତାନ୍ତର ହେଲେ କ୍ରୀଡା ବିଭାଗ ପାଖରେ ଏନେଇ ଖବର ନାହିଁ । ସେପଟେ ଆଜି ଗ୍ରାଉଣ୍ଡରେ ସ୍ଥିତି ପରଖିଛି ଅର୍ଗସ
କୁସୁମାରେ ରାତିରେ ରଙ୍ଗୀନ ହେଉଥିଲେ ନେତା । ପଛଗେଟ ଦେଇ ପ୍ରବେଶ କରୁଥିଲା ଦାମୀଗାଡି । ଆଉ ଏଥିରେ ଆସୁଥିଲେ ବଡବଡ ସ୍ରେଲିବ୍ରେଟି । କୁସୁମାରେ ହୋଇଥିବା ଆଲିସାନ୍ ବଙ୍ଗଳାରେ ରାତିକୁ ରଙ୍ଗୀନ କରୁଥିଲେ ଆଗଧାଡିର ନେତା, ମାଫିଆ, ଅଫିସର । ଏମିତି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକ । ଆଉ ଏହିସବୁ ବିବାଦରେ ଖୋଦ୍ ବିଜେଡି ସଙ୍ଗଠନ ସମ୍ପାଦକ ତଥା ଯାଜପୁରର ପୂର୍ବତନ ପ୍ରଭାବଶାଳୀ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ କାଠଗଡାକୁ ଟାଣିଛନ୍ତି ସ୍ଥାନୀୟ ଲୋକ । ସେପଟେ କୁସୁମାର ଏହି ବିବାଦରେ ଏଣ୍ଟ୍ରିମାରିଛନ୍ତି ଜୁନାଗଡର କେଳାଙ୍କାରୀ ବିଧାୟକ ଦିବ୍ୟଶଙ୍କର ମିଶ୍ର । ଆଉ କୁସୁମାକୁ ଦିବ୍ୟଶଙ୍କର କାହିଁକୁ ଆସୁଥିଲେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜିଲ୍ଲାବାସୀ । ଆଉ ବବି ଦାସଙ୍କ ଆଡକୁ ମଧ୍ୟ ଉଠାଇଛନ୍ତି ଅଙ୍ଗୁଳି ।
ସେପଟେ ଧର୍ମଶାଳା ଭବନ ପରିସରରେ ଥିବା ବଲ୍ଲେବଲ୍ଲେ ଢାବାକୁ ନେଇ ବିବାଦ ଥମିବାର ନାଁ ଧରୁନି । ବଲ୍ଲେବଲ୍ଲେ ଢାବାକୁ ନେଇ ବିବାଦରେ ଅଛନ୍ତି ଖୋଦ୍ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଓ ବ୍ଲକ ଅଧ୍ୟକ୍ଷ ପ୍ରଣବଙ୍କ ସାନଭାଇ ପ୍ରଭାତ ବଳବନ୍ତରାୟ । କେଉଁ ଅର୍ଥରେ ବଲ୍ଲେବଲ୍ଲେ ଢାବା ନିର୍ମାଣ ହେଲା ଏହାକୁ ନେଇ ଧର୍ମଶାଳା ବିଡିଓ ଓ ଯାଜପୁର ଜିଲ୍ଲାପାଳଙ୍କ କଥାରେ ରହୁନି ତାଳମେଳ। ବିଡିଓ ଏହି ଅର୍ଥ ଆମ ଗାଁ ଆମ ବିକାଶ, ଜିଆଇ ଫଣ୍ଡ ଲାଗିଥିବା କଥା କହୁଥିବା ବେଳେ ଜିଲ୍ଲାପାଳ କହିଛନ୍ତି ଏହା ନିର୍ମାଣ ହୋଇଛି ଏମପି ଓ ଏମଏଲଏ ଲ୍ୟାଡ ଫଣ୍ଡରେ।
ସେପଟେ ବଲ୍ଲେବଲ୍ଲେ ଢାବାର ଲିଜକୁ ନେଇ ମଧ୍ୟ ସୃଷ୍ଟି ହୋଇଛି ବଡ ବିବାଦ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଏହି ଢାବାକୁ ଚଳାଉଥିଲେ ବିଜେଡିର ସେଲିବ୍ରେଟି ନେତ୍ରୀ ଏଲିନା ଦାସ ଓ ତାଙ୍କ ସ୍ୱାମୀ । ଆଉ ଧର୍ମଶାଳା ପ୍ରଶାସନର ଲଟକା ଲଗାଇବା ପରେ ରାତାରାତି ଢାବା ହୋଇଥିଲା ଖାଲି । ଆଉ ଢାବା ଖାଲି ପରେ ବ୍ଲକ ପ୍ରଶାସନ ଲଗାଇଥିଲା ତାଲା । ସେପଟେ ଢାବାର ଲିଜ୍ କୁ ନେଇ ଧର୍ମଶାଳା ବ୍ଲକ ପ୍ରଶାସନ ଓ ଜିଲ୍ଲାପ୍ରଶାସନ ମଧ୍ୟରେ ରହୁଛି ଭିନ୍ନ ମତ। ଯାହା ବଡ ବିବାଦ ସୃଷ୍ଟି କରିଛି ।
କୁସୁମା ଓ ବଲ୍ଲେବଲ୍ଲେ ଢାବାକୁ ନେଇ ଏବେ ବିବାଦରେ ବିଜେଡିର ବହୁ ଆଗଧାଡିର ନେତା। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଏବେ ସାମ୍ନାକୁ ଆସୁଛି କେଳାଙ୍କାରୀର ଗୋଟିଏ ପରେ ଗୋଟିଏ ଗୁମର । ଆଉ ଏପରି ଭିତରେ ବିଜେଡିର ଏହି କେଳାଙ୍କାରୀଆ ନେତାଙ୍କୁ ଗିରଫ କରିବା ପାଇଁ ସାଧାରଣରେ ହେଇଛି ଦାବି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର