ଗତ କିଛି ଦିନ ଧରି ଏହି ଦୁଇ ବିବାଦୀୟ ଘଟଣା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ବଲ୍ଲେ ବଲ୍ଲେ ଢ଼ାବାରେ ବେଆଇନ ସରକାରୀ ଅର୍ଥର ବିନିଯୋଗ ଏବଂ ଅନ୍ୟପଟେ ଯାଜପୁର କୁସୁମା ଆଲିସାନ ବଙ୍ଗଳା ନିର୍ମାଣରେ ଖର୍ଚ୍ଚ ହୋଇଛି CSR ଫଣ୍ଡ୍ ।
କୁସୁମା ମଧ୍ୟରେ ନିର୍ମାଣ ହୋଇଥିବା ବିଳାସପୂର୍ଣ୍ଣ ବଙ୍ଗଳା ପୌରପାଳିକା ଜାଗାରେ ହୋଇଛି ଓ ତାହା ସିଏସଆର ଫଣ୍ଡ୍ ରୁ ନିର୍ମାଣ ହୋଇଛି ବୋଲି କହିଛନ୍ତି ଜିଲ୍ଲାପାଳ । ସେପଟେ କୁସୁମା ଭିତରେ ଥିବା ଆଲିସାନ ବଙ୍ଗଳାରେ ଡିଲ୍ ସାଙ୍ଗକୁ ଅନୈତିକ କାମ ଚାଲିଥିବା ଅଭିଯୋଗ କରିଛନ୍ତି ଯାଜପୁରର ପୂର୍ବତନ ସାଂସଦ ଅଞ୍ଚଳ ଦାସ । ଇଡି ସିବିଆଇ ଏହାର ତଦନ୍ତ କରୁ ବୋଲି ସେ ଦାବି କରିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...