ଆହୁରି ପଢ଼ନ୍ତୁ: ରଘୁନନ୍ଦନ ଦାସଙ୍କ ଘରେ ପହଞ୍ଚିଲା ପୋଲିସ
ମାମଲା ରୁଜୁ ପରେ ନିଜକୁ ବଞ୍ଚାଇବାକୁ ରଘୁନନ୍ଦନ ଅପଚେଷ୍ଟା କରି ଚାଲିଛଛନ୍ତି। ପୋଲିସ ଆକ୍ସନରୁ ବଞ୍ଚିବାକୁ ରଘୁନନ୍ଦନ ମିଛ ନାଟକ କରୁଛନ୍ତି। ମହିଳା ସାମ୍ବାଦିକଙ୍କ ଉପରକୁ ଛାଡ଼ିଥିଲେ କୁକୁର। ଭିଡିଓ ଜର୍ଣ୍ଣାଲିଷ୍ଟଙ୍କୁ କରିଥିଲେ ମରଣାନ୍ତକ ଆକ୍ରମଣ। ଘଟଣା ଦିନ ଲାଇଭ୍ ସୋ’ରେ କୁକୁର ଛାଡ଼ିବା କଥା ସ୍ବୀକାର କରିଥିଲେ ରଘୁନନ୍ଦନ। ସୁରକ୍ଷାକର୍ମୀଙ୍କ ଅନୁମତି ନେଇ ହିଁ କ୍ବାର୍ଟର୍ସ ଭିତରକୁ ଯାଇଥିଲେ ଗଣମାଧ୍ୟମ ପ୍ରତିନିଧି, କିନ୍ତୁ ରଘୁନନ୍ଦନ ଗତକାଲି ମିଛ ବୟାନ ଦେଇଛନ୍ତି। ଏଠି ପ୍ରଶ୍ନ ଗଣମାଧ୍ୟମ ପ୍ରତିନିଧି ଯଦି ଆକ୍ରମଣ କରିଛନ୍ତି ତେବେ ଏହାର ସିସିଟିଭି ଫୁଟେଜ କାହିଁକି ଦାଖଲ କରୁନାହାନ୍ତି । ତଥ୍ୟ ସହ ସବୁ ପ୍ରମାଣ ଦାଖଲ କଲେ ଚିତ୍ର ସ୍ପଷ୍ଟ ହୋଇଯିବ । ମହିଳା ସାମ୍ମ୍କ୍ବାଦିକଙ୍କୁ ଭିତରକୁ ଯିବାକୁ ଅନୁମତି ଦେଇଥିଲେ ମଧ୍ୟ ଏବେ କାହିଁକି ଗାଲଭୁରୁଡି କରୁଛନ୍ତି । କକୁରଛାଡି ମରଣାନ୍ତକ ଆକ୍ରମଣ ଉଦ୍ୟମ କରିଛନ୍ତି ରଘୁନନ୍ଦନ। ସେପଟେ ଏନେଇ IPC ର ଦଫା 354/323/294/506 ଆଧାରରେ ମାମଲା ରୁଜୁ ହୋଇଥିଲେ ବି ଦଫା 307 ଲଗାଇବା ପାଇଁ ଦାବି ହୋଇଛି। ବିଜେପି ଟିମ୍ ମଧ୍ୟ ଚିନ୍ମୟୀଙ୍କ ଘରକୁ ଯାଇ ତାଙ୍କୁ ସାକ୍ଷାତ କରିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: