ଅଭିଯୋଗ ଅନୁସାରେ ସାଧୁ ସାହୁ ଚାଷ ପାଇଁ ନିଜ ଗାଁର ସୁନାଧର ସାଥୁଆଙ୍କଠାରୁ ଟଙ୍କା ଧାର ନେଇ ସମ୍ପୂର୍ଣ୍ଣ ସୁଝିପାରିନଥିଲେ। ଏହାକୁ ନେଇ ବାରମ୍ବାର ସାଧୁଙ୍କୁ ଗାଳିଗୁଲଜ କରୁଥିଲେ ସୁନାଧର। ସୋମବାର ସନ୍ଧ୍ୟାରେ ଜଣେ ସହଯୋଗୀଙ୍କ ସହ ସୁନାଧର ମିଶି ସାଧୁ ସାହୁଙ୍କୁ ମୋଟରସାଇକେଲରେ କୁଆଡ଼େ ନେଇଯାଇଥିଲେ। ମଙ୍ଗଳବାର ସକାଳୁ ମୁର୍ମୂଷୁ ଅବସ୍ଥାରେ ସାଧୁ ବିଲରେ ପଡ଼ିଥିବା ଦେଖିଥିଲେ ପରିଜନ। ଡାକ୍ତରଖାନା ନିଆଯାଇଥିଲେ ବି ବିଷକ୍ରିୟା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା କହିଥିଲେ ଡାକ୍ତର । ଏହାପରେ ଅଭିଯୁକ୍ତ ସୁନାଧରଙ୍କୁ ଗିରଫ କରିବା ଦାବିରେ ଭେଡେନ ଥାନା ଘେରାଉ କରିଥିଲେ ଶତାଧିକ ଲୋକ।
ବିଳମ୍ବିତ ରାତ୍ରି ଯାଏଁ ଥାନା ଘେରାଉ କରିଥିଲେ ଲୋକେ। ଅତିରିକ୍ତ ଏସ.ପି. ଓ ଉପଜିଲ୍ଲାପାଳଙ୍କଠାରୁ କାର୍ଯ୍ୟାନୁଷ୍ଠାନ ନେଇ ଲିଖିତ ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନରୁ ଉଠିଥିଲେ । ଅଭିଯୁକ୍ତ ସୁନାଧର ଫେରାର ଥିବାବେଳେ ସେ ସ୍ଥାନୀୟ ବିଧାୟିକାଙ୍କ ସହଯୋଗୀ ହୋଇଥିବାରୁ ପୋଲିସ ତାଙ୍କୁ ସୁରକ୍ଷା ଦେଉଛି ବୋଲି ଅଭିଯୋଗ ହୋଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: