ମୋହନଙ୍କ ବାପା ଜନାର୍ଦନ କହନ୍ତି ଏଠି ଆମେ କୁଟୁମ୍ବ ସାରା ସମସ୍ତେ ଖଟୁଛୁ ଓ ଏଠାରୁ ପାଉଥିବା ଆୟରେ ଭଲରେ ଚଳିପାରୁଛୁ । ସ୍ଥାନୀୟ ଜଣେ ବାସିନ୍ଦା କୃଷ୍ଣ ଚନ୍ଦ୍ର ବେହେରା କହନ୍ତି ବିଗତ ୪ବର୍ଷ ହେଲା ଏଠାରେ ମୋହନ କରିଛନ୍ତି ନୂଆ କରି ପିଜୁଳି ଚାଷ । ଧାନ ଚାଷରେ ଲାଭ ନାହିଁ । ତେଣୁ ଭାବିଛି ମୁଁ ମଧ୍ୟ ପିଜୁଳି ଚାଷ କରିବି ।ଏ ହେଉଛି ୪ ବର୍ଷ ତଳର ପୁରୁଣା ପିଜୁଳି ବଗିଚା । ଏଠାରେ ଲାଗିଛି ଉନ୍ନତ ପ୍ରଜାତିର ୫୦୦ ପିଜୁଳି ଗଛ ।
ଏସବୁ ଗଛରୁ ଏବେ ବାର୍ଷିକ ୨ ଟନ ପିଜୁଳି ଅମଳ ହେଉଛି । ସ୍ଥାନୀୟ ବଜାରରେ କେଜି ପ୍ରତି ୫୦ ଟଙ୍କା ଦରରେ ବିକ୍ରି ହେଉଥିବାରୁ ଚାଷୀଙ୍କ ହାତକୁ ଆସୁଛି ବର୍ଷକୁ ଦୁଇ ଲକ୍ଷ ଟଙ୍କା । ପିଜୁଳି ଚାଷୀ ମୋହନ ପାତ୍ର କହନ୍ତି ପ୍ରଥମ ବର୍ଷ କିଛି କମ ଫଳ ଆସିଥିବା ବେଳେ ଲଗାଯିବାର ଦ୍ୱିତୀୟ ବର୍ଷରେ ୧ ଟନ ଅମଳ ହୋଇଥିଲା । ଏବେ ୨ ଟନ ଆସୁଛି ଫଳ । ପିଜୁଳି ସହିତ ଚାରା ଗ୍ରାଫ୍ଟିଙ୍ଗ କରି ଅତିରିକ୍ତ ଦୁଇ ପଇସା ରୋଜଗାର କରୁଛନ୍ତି ମୋହନ । ପିଜୁଳି ବଗିଚା ନିକଟରେ ସେ ଏକ ନର୍ସରୀ କରି ଆମ୍ବ ,ପିଜୁଳି ,ହାଇବ୍ରିଡ଼ କାଜୁ ,ନଡ଼ିଆ ,ମୁନିଙ୍ଗା ଓ ଅମୃତଭଣ୍ଡା ଚାରା ଉତ୍ପାଦନ ଓ ବିକ୍ରି କରୁଥିବା କହିଛନ୍ତି ମୋହନ ।
ବେଶୀ ପାଠ ପଢିନାହାନ୍ତି ମୋହନ କିନ୍ତୁ ବୁଦ୍ଧି ଖଟାଇ ସ୍ୱାଭିମାନ ଓ ସମ୍ମାନର ସହିତ ନିଜ ପରିବାର ପ୍ରତିପୋଷଣ ସହିତ ଅନ୍ୟ ମାନଙ୍କୁ ଦେଇଛନ୍ତି ଜୀବିକା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: