ତେଣୁ ୮୫ ହଜାର ଘର ବଣ୍ଟାଯିବା ପରେ ୬ ଲକ୍ଷ ୯୭ ହଜାର ଚାଳଘର ରହିବା କଥା। ତେବେ ୨୦୧୮ ପରେ ବି ଜିଲ୍ଲାରେ ୭ ଲକ୍ଷ ୫୨ ହଜାର ଚାଳଛପର ଓ ଝୁମ୍ପୁଡି ଘର ରହିଥିବା ରେକର୍ଡ କହୁଛି । ଅର୍ଥାତ ୩୦ହଜାର ଘର ବଣ୍ଟନରେ କେଳେଙ୍କାରୀ ହୋଇଛି। ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯାଇ ନେତା,ମନ୍ତ୍ରୀଙ୍କ ସୁପାରିଶରେ ଥିଲାବାଲାଙ୍କୁ ଘର ମିଳିଥିବା ନେଇ ବାରମ୍ବାର ଅଭିଯୋଗ ହୋଇଛି ।
ଜିଲ୍ଲାର ବେତନଟୀ ବ୍ଲକରେ ସର୍ବାଧିକ ୧୦ ହଜାରରୁ ଅଧିକ ହିତାଧିକାରୀ ଘର ପାଇଁ ଆବେଦନ କରିଥିବାବେଳେ କରଞ୍ଜିଆ, କପ୍ତିପଦାରେ ୯ ହଜାର, ଯଶିପୁର, ମୋରଡ଼ାରେ ୮ ହଜାର, ରାଇରଙ୍ଗପୁର, କୁସୁମୀ, କୁଳିଅଣା, ରରୁଆଁରେ ୭ ହଜାର, ବାରିପଦା ଓ ଶ୍ୟାମାଖୁଣ୍ଡା ବ୍ଲକ୍ରେ ୫ ହଜାରରୁ ଅଧିକ ଆବେଦନକାରୀ ସରକାରୀ ଘର ଅପେକ୍ଷାରେ ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କୁ କୌଣସି ଯୋଜନାରେ ସାମିଲ କରାଯାଇ ପାରିନାହିଁ ।
ମାଟିଘରେ ରହୁଥିବା ଲୋକଙ୍କ ଦୁର୍ଦ୍ଦଶା ବଢ଼ୁଥିବା ବେଳେ ବିଭିନ୍ନ ଆଳ ଦେଖାଇ ପ୍ରଶାସନ ପକ୍ଷରୁ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଉନାହିଁ । ମୟୂରଭଞ୍ଜ ଜିଲ୍ଲାରେ ଗରିବଙ୍କୁ ପକ୍କା ଘର ଯୋଜନା ପାଲଟିଛି ପ୍ରହସନ । କେବେ ପ୍ରକୃତ ହୀତାଧିକାରୀ ଚୟନ ଓ ଆବଣ୍ଟନ ହେଉଛି ତାହାକୁ ଅପେକ୍ଷା ।