ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ନାଚିନ୍ଦା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଖରଦିଚକ୍ ଗ୍ରାମରେ ରାଜେଶ ଙ୍କ ଜନ୍ମ । ଜନ୍ମର କିଛି ବର୍ଷ ପରେ ସବୁଦିନ ପାଇଁ ମାଁ ପର କରି ଚାଲିଗଲେ ଆରପାରିକୁ, ଆଉ ପିଲାଦିନୁ ରୁ ମା' ଛେଉଣ୍ଡ ହେଇଗଲେ ରାଜେଶ,, ରାଜେଶ୍ ବହୁତ ଅଭାବ ଅନଟନ ଭିତରେ ଗତି କରି ଆସିଛନ୍ତି ତାଙ୍କ ବାପା ଜଣେ ଦିନ ମଜୁରୀଆ ହୋଇଥିବାରୁ ଘରକୁ ଘର ଯାଇ ମଜୁରୀ ଲାଗି ପରିବାର ପ୍ରତି ପୋଷଣ କରନ୍ତି । କିନ୍ତୁ ରାଜେଶ ତାଙ୍କ ପିଲା ଦିନ ସମୟ ରୁ ହିଁ ସଂକଳ୍ପବଦ୍ଧ ହେଇଥିଲେ କିଭଳି ଭାବରେ ନିଜେହିଁ ନିଜ ଗୋଡ଼ରେ ଛିଡ଼ା ହେବା ସହିତ ନିଜକୁ ପ୍ରତିଷ୍ଠିତ କରିପାରିବେ। ଏମିତି ବେଶ୍ କିଛି ବର୍ଷ ସଂଘର୍ଷ କଲାପରେ ଆଜି ସେହି ସଫଳତା ପାଇ ପାରିଛନ୍ତି ରାଜେଶ ।
ରାଜେଶ୍ ଗତ ବର୍ଷ (ଏମ୍.ଏ ) ଓଡ଼ିଆରେ ଏଫ.ଏମ.କଲେଜ ବାଲେଶ୍ୱର ସ୍ନାତୋକେlତରେ ଓଡ଼ିଆରେ ଟପ୍ପର ହୋଇ ଚାରିଆଡ଼ୁ ପ୍ରଂଶସିତ ହେଇଥିଲେ । କେବଳ ଏତିକି ନୁହେଁ ରାଜେଶ୍ ଏବେ ଗରିବ, ବାପା ମା' ଛେଉଣ୍ଡ ବେସାହରା ପିଲାମାନଙ୍କୁ ୨ୟ ବର୍ଷ ପାଖାପାଖି ମାଗଣା ଶିକ୍ଷାଦାନ ଦେଉଛନ୍ତି । ରାଜେଶଙ୍କ କହିବା ଅନୁଯାୟୀ ସେ ଯେମିତି ବଣର ମଲ୍ଲୀ ବଣରେ ଫୁଟି ମଉଳି ନ" ଯାଉ । ସେ ମଲ୍ଲୀ ତାର ବାସ୍ନାରେ ଚାରିଆଡ଼େ ମହକିତ କରୁ ଓ ସେ ଯେମିତି ଜଣେ ଗରିବ ଘର ପିଲା ହୋଇ ସଂର୍ଘଷ କରି ଏତେ ପର୍ଯ୍ୟନ୍ତ ଆସିଛନ୍ତି। ଠିକ୍ ସେହିପରି ନିଜର ଗୋଟିଏ ଶିକ୍ଷାନୁଷ୍ଠାନ ଟି କରି ନିଜେ ବେଶାହାରା ବାପା ମା ଛେଉଣ୍ଡ ପିଲାଙ୍କୁ ମାଗଣାରେ ଶିକ୍ଷା ଦାନ କରିବା ସହିତ ସଫଳ ଛାତ୍ରଛାତ୍ରୀ ଭବିଷ୍ୟତ ଗଢିବାକୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି ।
ଏହାବ୍ୟତୀତ ରାଜଶ୍ ଜଣେ ମଞ୍ଚ ଉପସ୍ଥାପକ, ନାଟକ, କବିତା, ଓ ଛୋଟ ଛୋଟ ଗଳ୍ପ ଲେଖାଲେଖି କରନ୍ତି । ସେ ତାଙ୍କର ସ୍ୱଚରିତ ନାଟକ : - ଏମିତି କାହଣୀ କେବେ ଶୁଣିନି (କରେନା ଉପରେ ଆଧାରିତ ଥିଲା), ଯାହା ଜନମାନସରେ ଖୁବ୍ ପ୍ରଶଂସା ସାଉଁଟିଥିଲା । ରାଜେଶ୍ କେଦାରୀ ଭାରତୀ ସାହିତ୍ୟ ପତ୍ରିକା ବାଲେଶ୍ଵର ତଥା ବିଭିନ୍ନ କୋଚିଂ ସେଣ୍ଟର ଓ ଅନୁଷ୍ଠାନରୁ ସମ୍ମାନିତ ହୋଇଛନ୍ତି ।ରାଜେଶ୍ ଭବିଷ୍ୟତରେ ଜଣେ ଭଲ ଅଧ୍ୟାପକ ହେବାକୁ ଲକ୍ଷ୍ୟ ରଖିଥିଲା ବେଳେ ଅଭାବ ଅନଟନ ପାଇଁ ତାଂକ ସ୍ବପ୍ନ ସାକାର ହଇ ପାରୁନି l
ସରକାରୀ ସହାୟତା କିମ୍ବା ସହୃଦୟ ବ୍ୟକ୍ତି ସହାୟତା କଲେ ସେ ଜଣେ ଭଲ ଅଧ୍ୟାପକ ହେବା ସହିତ ନିଜ ଗାଁର ନାମ ରୂସନ କରିବେ ତା ସହିତ ଗରିବ ଛାତ୍ର ଛାତ୍ରୀଙ୍କୁ ମାଗଣା ଶିକ୍ଷା ଦାନ ଦେବେ ବୋଲି କହିଛନ୍ତି ।ସତରେ ଦର୍ଶକ ବନ୍ଧୁ ରାଜେଶ ଙ୍କ ଏଭଳି କଠିନ ପରିଶ୍ରମ ଓ ସଂଘର୍ଷ ପଣ ଏ ସମାଜ କୁ ନିଆରା ଦିଗ ଦର୍ଶନ ଦେବା ସହିତ ଭୋଗରାଇ ଅଞ୍ଚଳରୁ ବହୁ ମାନ୍ୟଗଣ୍ୟ ବୁଦ୍ଧିଜୀବିମାନଙ୍କ ଶୁଭେଚ୍ଛା ଓ ଶୁଭ କାମନା ସାଉଣ୍ଟୁଛନ୍ତି l
ଅଧିକ ପଢ଼ନ୍ତୁ ଓଡିଶା ଖବର: