ଘୋଷଣା ହୋଇନଥିବା ଆସନ ମଧ୍ୟରେ ରହିଛି ବରଗଡ଼ ଲୋକସଭା ଆସନ ଅନ୍ତର୍ଗତ ପଦ୍ମପୁର, ସୁନ୍ଦରଗଡ଼ର ରଘୁନାଥ ପଲ୍ଲୀ, ସମ୍ବଲପୁରର କୁଚିଣ୍ଡା, ରେଢ଼ାଖୋଲ ଓ ଦେବଗଡ଼, କେନ୍ଦୁଝରର ତେଲକୋଇ, ଆନନ୍ଦପୁର ଓ ଚମ୍ପୁଆ, ମୟୁରଭଞ୍ଜର ସାରସକଣା, ବାଙ୍ଗିରିପୋଷି, କରଞ୍ଜିଆ, ବାଲେଶ୍ଵରର ଭୋଗରାଇ,ରେମୁଣା,ନୀଳଗିରି, ସିମୁଳିଆ । ସେହିପରି ଯାଜପୁରର ବରି, ବଡ଼ଚଣା, କୋରେଇ, ଢେଙ୍କାନାଳର ହିନ୍ଦୋଳ, ଅନୁଗୁଳର ତାଳଚେର, ଅନୁଗୁଳ, ବଲାଙ୍ଗୀରର କଣ୍ଟାବାଞ୍ଜି, କଳାହାଣ୍ଡିର ନର୍ଲା, କନ୍ଧମାଳର ବାଲିଗୁଡା, କେନ୍ଦ୍ରାପଡ଼ା, ଜଗତସିଂହପୁରର ପାରାଦ୍ବୀପ, ବାଲିକୁଦା-ଏରସମା ପୁରୀର କାକଟପୁର, ନିମାପଡା, ଭୁବନେଶ୍ବର ଲୋକସଭାର ଭୁବନେଶ୍ବର ମଧ୍ୟ, ବେଗୁନିଆ, ଖୋର୍ଦ୍ଧା, ପୁରୀର ଚିଲିକା, କଟକର ଖଣ୍ଡପଡା, ନବରଙ୍ଗପୁର ଆସନର ଚିତ୍ରକୋଣ୍ଡା, ଆସିକାର ସାନଖେମୁଣ୍ଡି, କୋରାପୁଟର ଜୟପୁର ଓ ଲକ୍ଷ୍ମୀପୁର । ତେବେ ଅଟକି ଥିବା ଏହି ୩୯ ଆସନ ମଧ୍ୟରେ ଝୁଲୁଛି ଦୁଇ ମନ୍ତ୍ରୀଙ୍କ ଭାଗ୍ୟ । କାକଟପୁର ବିଧାୟକ ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ କରଞ୍ଜିଆ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ଭାଗ୍ୟ ବି ଝୁଲିକି ରହିଛି। ଏପରିକି ପ୍ରଥମ ପର୍ଯ୍ୟାୟରେ ଭୋଟ ପଡିବାକୁ ଥିବା ନର୍ଲ୍ଲା, ଲକ୍ଷ୍ମୀପୁର, ଜୟପୁରରେ ବି ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀ ସ୍ଥିର କରିପାରିନି ବିଜେଡି ।
ପ୍ରାର୍ଥୀ ଚୟନରେ ବିଳମ୍ବକୁ ନେଇ ଦଳରେ ବଢ଼ିଲାଣି ଅସନ୍ତୋଷ । ମଙ୍ଗଳବାର ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂଙ୍କ ସମର୍ଥକ ବିଦ୍ରୋହ କରିଥିବା ବେଳେ ବୁଧବାର ବେଗୁନିଆର ବର୍ତ୍ତମାନ ବିଧାୟକ ଏବଂ ଆଶାୟୀ ପ୍ରାର୍ଥୀ ଧନ୍ୟବାଦ ଆଳରେ ନବୀନ ନିବାସରେ ପହଁଚି କରିଛନ୍ତି ଟିକେଟ ଲବି । ସେହିପରି ନୀଳଗିରିର ସୁକାନ୍ତ ନାୟକ ବିଜେଡିରେ ମିଶିବା ପରେ ଟିକେଟ ଦ୍ଵନ୍ଦରେ ଥିବା ଆଶାୟୀ ପ୍ରାଥି ସନ୍ତୋଷ ଖଟୁଆ ବି ନବୀନ ନିବାସରେ ପହଁଚିଥିଲେ । ପ୍ରାର୍ଥୀ ବଛା ଟେନସନ ମଧ୍ୟରେ ଜଟଣୀ ପ୍ରାଥି ବିଭୁତି ବଳବନ୍ତ ରାୟଙ୍କୁ ପରିବର୍ତ୍ତନ କରି ଅର୍ଜୁନ ପରିଡାଙ୍କୁ ଟିକେଟ ଦେବାକୁ ଶଙ୍ଖ ଭଵନ ସାମ୍ନାରେ ଦାବି କରିଛନ୍ତି ତାଙ୍କ ସମର୍ଥକ । ଦିନେ ଦୁଇ ଦିନ ମଧ୍ୟରେ ବିଜେପି ତାର ଦ୍ବିତୀୟ ପର୍ଯ୍ୟାୟର ପାର୍ଥି ତାଲିକା ଘୋଷଣା କରିବ ବୋଲି କହିଛନ୍ତି ଦଳର ରାଜ୍ୟ ନିର୍ବାଚନ ପ୍ରଭାରୀ ନରେନ୍ଦ୍ର ସିଂ ତୋମାର। ଏପରି ସ୍ଥଳେ ବିଜେଡି କିନ୍ତୁ ବଡ଼ ଅନିଶ୍ଚିତତା ଭିତରେ ଗତି କରୁଛି । ଆଶାୟୀ ଓ ଆମଦାନୀ ନେତାଙ୍କୁ ମ୍ୟାନେଜ କରି ଟିକେଟ ବଣ୍ଟା ବିଜେଡି ସୁପ୍ରମୋଙ୍କ ମୁଣ୍ଡ ବିନ୍ଧା ବଢ଼ାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର