ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ବଲାଙ୍ଗିର ମଦ ଭାଟ୍ଟି ଓ ଅଫିସରୁ ୨ ଶହ କୋଟି ଟଙ୍କା ଜବତ ପରେ ସାରା ଦେଶରେ ଚର୍ଚ୍ଚା । ଏ ଟଙ୍କା କେଉଁଠୁ ଆସିଲା ? ନିର୍ବାଚନରେ ବିଜେଡି ଟଙ୍କା ବାଣ୍ଟିଥାଆନ୍ତା କି ? ଏତେ ଚୋରି ହେଉଥିଲା ପୋଲିସ କେମିତି ଜାଣିପାରୁନଥିଲା ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଥିବା ବେଳେ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଉପରେ ବଢିଛି ସନ୍ଦେହ ।
ସେପଟେ ମଦ ବେପାରୀଙ୍କ ସହ ବିଜେଡି ନେତାଙ୍କ ଲିଙ୍କ ନେଇ ବଡ଼ ଅଭଯୋଗ କରିଛି ବିଜେପି । ଦଳର ମୁଖପାତ୍ର ମନୋଜ ମହାପାତ୍ର ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି । ଅଭିଯୋଗ କରିଛନ୍ତି ନିର୍ବାଚନ ପାଇଁ ସାହୁ ବ୍ରଦର୍ସ ଏବଂ କମ୍ପାନୀଙ୍କ ପାଖରେ ବିଜେଡି ଟଙ୍କା ରଖିଥିଲା । ସାହୁ ବ୍ରଦର୍ସଙ୍କର ଟିଟଲାଗଡ଼, ସୋନପୁର, ବୌଦ୍ଧା ରାୟଗଡ଼ାର ମନ୍ତ୍ରୀ ଏବଂ ବରଗଡ଼ର ପୂର୍ବତନ ମନ୍ତ୍ରୀଙ୍କ ସହ ସମ୍ପର୍କ ଅଛି । ଏବେ ସନ୍ଦେହ ଘେରରେ ମନ୍ତ୍ରୀ ଟୁକୁନି ସାହୁ, ନିରଞ୍ଜନ ପୂଜା, ପ୍ରଦୀପ ଅମାତ, ସୁଶାନ୍ତ ସିଂହ ପ୍ରମୁଖ । ଏବେ ସିବିଆଇ ଇଡି ଘାଣ୍ଟିଲେ ଫସିବେ ବିଜେଡି ନେତା-ମନ୍ତ୍ରୀ-ବିଧାୟକ । ତେବେ ଟଙ୍କା ବାବଦରେ କିନ୍ତୁ ମୁହଁ ଖୋଲିନାହାନ୍ତି ବିଜେଡି ନେତା ।