ଯେଉଁମାନେ ଏହି କାର୍ଯ୍ୟ ହାତକୁ ନେଇଛନ୍ତି ସେମାନେ ଭଗବାନଙ୍କ ପ୍ରତି ଭକ୍ତି ମନୋଭାବ ରଖି କାର୍ଯ୍ୟ କରନ୍ତୁ । ନିର୍ମାଣ କାର୍ଯ୍ୟ ଯୋଗୁ ବର୍ତ୍ତମାନ ଓ ଭବିଷ୍ୟତରେ ଶ୍ରୀମନ୍ଦିରରେ ଯେଭଳି କୌଣସି ପ୍ରଭାବ ନପଡିବ ସେ ଉପରେ ସମସ୍ତେ ନଜର ଦେବା ଆବଶ୍ୟକତା ରହିଛି । ତପ ଭୂମିକୁ ଭୋଗ ଭୂମିରେ ପରିଣତ କରାନଯାଉ ।
ଐତିହ୍ୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ନେଇ ମୋ ସହିତ ଆଲୋଚନା କିମ୍ବା କୈାଣସି ପରାମର୍ଶ ନେଇନାହାନ୍ତି ପ୍ରଶାସନିକ ଅଧିକାରୀ । ତାଙ୍କ ଅନୁପସ୍ଥିତିରେ ଏହି କାର୍ଯ୍ୟ ଚାଲୁ ରହିଥିବା କହିଛନ୍ତି ଜଗଦଗୁରୁ । ତେବେ ବିକାଶ କାର୍ଯ୍ୟ ନେଇ ପ୍ରଶାସନ ପକ୍ଷରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିବାର ଆବଶ୍ୟକତା ଥିଲା । ଦେବଭୂମିରେ ନିର୍ମାଣ କାର୍ଯ୍ୟର ସ୍ୱତନ୍ତ୍ରତା ରହିଛି । ସେନେଇ ସ୍ୱତନ୍ତ୍ର ବହିକୁ ଅଧ୍ୟୟନ କରିବା ଆବଶ୍ୟକତା ରହିଛି । ଅନ୍ୟପଟେ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ନେଇ ଶ୍ରୀମନ୍ଦିର ପ୍ରତି କୈାଣସି ବିପଦ ନଥିବା ଓ ଶ୍ରୀମନ୍ଦିର ସମ୍ପୁର୍ଣ୍ଣ ସୁରକ୍ଷିତ ରହିଛି ବୋଲି କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ ।