ପୁରୀ ଜିଲ୍ଲାର ହରେକୃଷ୍ଣପୁର ଗ୍ରାମର ଚାନ୍ଦ ରାଜଗୁରୁ ଓ ହୀରାମଣି ଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ ଜୟୀ ରାଜଗୁରୁ । ଶୈଶବ ପରେ ସେ ପୁରୀର ସଂସ୍କୃତ ପଣ୍ଡିତମାନଙ୍କଠାରୁ ସଂସ୍କୃତ ଶିକ୍ଷା କରିଥିଲେ । ଛାତ୍ରାବସ୍ଥାରେ ଉତ୍କଳର ତତ୍କାଳୀନ ରାଜାମାନେ ତାଙ୍କୁ ନିଜର ମନ୍ତ୍ରୀ ଓ ଉପଦେଷ୍ଟା କରିବାପାଇଁ ଚେଷ୍ଟା କରୁଥିଲେ । ପିତା ଚାନ୍ଦ ରାଜଗୁରୁଙ୍କ ଅନ୍ତେ ୧୭୮୦ ମସିହାରେ ୪୧ ବର୍ଷ ବୟସରେ ଜୟୀ ରାଜଗୁରୁଙ୍କୁ ଖୋର୍ଦ୍ଧା ରାଜା ଦିବ୍ୟସିଂହ ଦେବ ଦ୍ୱିତୀୟ ନିଜ ରାଜସଭାରେ ରାଜଗୁରୁ ତଥା ମନ୍ତ୍ରୀ ପଦରେ ନିଯୁକ୍ତ କରିଥିଲେ ।
ଏହା ପରଠାରୁ ସେ ଜୟୀ ରାଜଗୁରୁ ରୂପେ ପରିଚିତ ହେଲେ । ଦିବ୍ୟସିଂହ ଦେବଙ୍କ ଅନ୍ତେ ତାଙ୍କ ନାବାଳକ ପୁତ୍ର ମୁକୁନ୍ଦଦେବ ଦ୍ୱିତୀୟଙ୍କୁ ସିଂହାସନରେ ବସାଇ ସେ ୧୭୯୮ରେ ପ୍ରକୃତ ରାଜକାର୍ଯ୍ୟ ନିଜ ହାତକୁ ନେଇଥିଲେ ।ଇଂରେଜ ମାନଙ୍କ ବିରୋଧରେ ନିରନ୍ତର ସଙ୍ଗ୍ରାମ କରୁ କରୁ କିଛି ନ୍ୟସ୍ତ ସ୍ୱାର୍ଥ ଚୁଗୁଲିଆଙ୍କ ଯୋଗୁଁ ତାଙ୍କୁ ବ୍ରିଟିଶ ଧରିବାରେ ସଫଳ ହୋଇ ଶେଷରେ ବିଭତ୍ସ ଭାବରେ ହତ୍ୟା କରିବାରେ ସଫଳ ହୁଏ । ଜୟୀ ରାଜଗୁରୁ ଥିଲେ ଜଗନ୍ନାଥଙ୍କ ପରମ ଭକ୍ତ । ଶୁଣିଲେ ଆଶ୍ଚର୍ଯ୍ୟ ହେବେ,ଶ୍ରୀମନ୍ଦିରରେ ରହିଥିଲା ଜୟୀ ରାଜଗୁରୁଙ୍କ ସେବା ।
ମୁକୁନ୍ଦଦେବଙ୍କ ରାକଗୁରୁ ଓ ଦେବାନ ଭାବରେ କାର୍ଯ୍ୟ ତୁଲାଉଥିବା ଜୟୀ ରାଜଗୁରୁ ଶ୍ରୀମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କ ପାଖରେ ରାଜଗୁରୁ ସେବକ ଭାବରେ ଶାଢ଼ୀ ବନ୍ଧେଇଥିଲେ ସେତେବେଳର ମୁକ୍ତିପଣ୍ଡିତ ପଣ୍ଡିତ ମାନେ ଜୟୀ ରାଜଗୁରୁଙ୍କ ସମର୍ଥନରେ ଗଜପତି ଙ୍କୁ ଲେଖିଥିଲେ ଚିଠି । ସ୍ଵର୍ଣ୍ଣ ବେତ୍ର ଧାରଣ କରି 1798ରୁ 1804 ପର୍ଯ୍ୟନ୍ତ ଦେବାଧିଦେଵ ସ୍ୱୟଂ ଜଗନ୍ନାଥ ମହାପ୍ରଭୁଙ୍କ ନିରନ୍ତର ସେବା କରିଥିଲେ ଜୟୀ ରାଜଗୁରୁ। ଦିନେ ସେ ସେବାରୁ ନିବୃତ ହୋଇଥିଲେ କେବଳ ଏ ଜାତିର ଏ ମାଟିର ସ୍ୱାର୍ଥ ପାଇଁ ।1804 ବେଳକୁ ବ୍ରିଟିଶ ସେନା ସହ ଜୟୀ ରାଜଗୁରୁଙ୍କ ଯୁଦ୍ଧ ଭୀଷ୍ମ ରୂପ ଧାରଣ କରିସାରିଲାଣି । ବିଭିନ୍ନ ସ୍ଥାନରେ ଗୁପ୍ତ ଭାବରେ ରହି ସେ ବ୍ରିଟିଶ ସେନାର ଶାଣିତ ମୁକାବିଲା କରୁଥାନ୍ତି ।
ତେଣୁ ଜାତିର ସ୍ୱାର୍ଥ ପାଇଁ ତାଙ୍କୁ ମହାପ୍ରଭୁଙ୍କ ଦୁର୍ମୂଲ୍ୟ ସେବା ତ୍ୟାଗ କରିବାକୁ ପଡିଥିଲା । ଏ ଜାତି ପାଇଁ ଜୟୀ ରାଜଗୁରୁଙ୍କ ଅବଦାନ ଅତୁଳନୀୟ,ତ୍ୟାଗ ଓ ବିରତ୍ୱର ସେ ଥିଲେ ମୂର୍ତ୍ତିମନ୍ତ ପ୍ରତୀକ ।ଜାତି ପାଇଁ ମହାପ୍ରଭୁଙ୍କ ସେବା ତ୍ୟାଗ କରିଥିବା ଏହି ମହାନ ସାଧକଙ୍କ ଶରୀରକୁ ଦୁଇଫାଳ କରିଥିବା ଈଂରେଜ କିନ୍ତୁ ତାଙ୍କ ମଥା ନୂଆଇଁବାରେ ସଫଳ ହୋଇପାରିନଥିଲେ ।
ଓଡିଶା ଖବର ଆହୁରି ପଢନ୍ତୁ