ଦୈତାରୀ ଆଜି ସିଂହଦ୍ଵାର ଥାନାକୁ ଯାଇଥିଲେ, ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି, ଦେଇଥିବା ବିବାଦୀୟ ମନ୍ତବ୍ୟ ଉପରେ କ୍ଷମା ପ୍ରାର୍ଥନା କରିଛନ୍ତି । ନବୀନଙ୍କୁ ଜଗନ୍ନାଥ କହିବା ପରେ ସବୁଆଡେ ବିରୋଧର ସ୍ୱର ତେଜିଥିଲା । ଚାପ ବି ବଢିଥିଲା । ଶେଷରେ ଆଜି ପୁରୀ ଯାଇ କ୍ଷମା ପ୍ରାର୍ଥନା କରିଛନ୍ତି ଦୈତାରୀ । ତେବେ ଭାବପ୍ରବଣତା ହୋଇ ସେ ଏଭଳି ମନ୍ତବ୍ୟ ଦେଇଥିବା ସେ କହିଛନ୍ତି । ତେବେ ବିଜେଡିର ଅନେକ ନେତା ମୁଖ୍ୟମନ୍ତ୍ରୀଙ୍କୁ ଜଗନ୍ନାଥଙ୍କ ସହ ତୁଳନା କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଦୈତାରୀ ପଣ୍ଡା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏଭଳି ମନ୍ତବ୍ୟ କେହି ଦେବା ଉଚିତ ନୁହେଁ ବୋଲି ମଧ୍ୟ କହିଛନ୍ତି । ସେପଟେ ଯାତ୍ରା ଜଗତ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ସୋସିଆଲ ମିଡିଆ ପ୍ରତିକ୍ରିୟା ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ପ୍ରତ୍ୟକଦିନ ରାଣୀ ପଣ୍ଡା ସୋସିଆଲ ମିଡିଆରେ ଦୈତାରୀ ପଣ୍ଡାଙ୍କୁ ଗାଳିଗୁଲଜ କରୁଥିବାରୁ ମହାପ୍ରଭୁ ତାଙ୍କର ମଙ୍ଗଳ କରନ୍ତୁ ବୋଲି କହିଛନ୍ତି ଦୈତାରୀ ପଣ୍ଡା ।