ରକ୍ତ ନମୁନା ସଂଗ୍ରହ କରିବା ସହ ହାଲୋଜିନ ବଟିକା, ଓଆରଏସ ଓ ଅନ୍ୟାନ୍ୟ ଡାକ୍ତରୀ ସେବା ଜାରି ରଖଛନ୍ତି । କିପରି ଜଣ୍ଡିସ ଶୀଘ୍ର କଣ୍ଟ୍ରୋଲକୁ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ସିଏମସି ଓ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଗୋଟିଏ ଲେଖାଏଁ ଟିମ୍ ଗଠନ କରାଯାଇଛି । ସଂକ୍ରମିତ ଅଂଚଳରେ ପ୍ରତିଦିନ ସର୍ଭିଲାନ୍ସ ଟିମ୍ ମଧ୍ୟ ରହିଛନ୍ତି । ଯାହା ଅନୁମାନ କରାଯାଉଛି ଏହି ସଂଖ୍ୟା ରୁ ଅଧିକ ସଂଖ୍ୟକ ଆକ୍ରାନ୍ତ ଆଉ ଚିହ୍ନଟ ହେବେନାହିଁ ବୋଲି କହିଛନ୍ତି CDMO ।
ଏହାସହ ଆଶା, ଅଙ୍ଗନବାଡି କର୍ମୀ ଓ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଘରକୁ ଘର ବୁଲି ବଟିକା ବାଣ୍ଟିବା ସହ ସଚେତନତା ପରାମର୍ଶ ଦେଇଛନ୍ତି । ପାଇପ ଲାଇନକୁ ସଫା କରିବା ପାଇଁ ବିଭାଗକୁ କୁହାଯାଇଛି । ଏହାସହ ନଳ ସଫା କାର୍ଯ୍ୟ ଆରମ୍ଭ ହୋଇ ସାରିଛି । ଯେତିକି ବର୍ତ୍ତମାନ ସଂକ୍ରମିତ ଅଛନ୍ତି ଏହା ସେତିକିରେ ସୀମିତ ରହିବ ବୋଲି ଆକଳନ କରିଛି ସିଏମସି । ଅନ୍ୟପଟେ ବେସରକାରୀ ସ୍ଥରରେ ସଂଖ୍ୟା ବଢି ଚାଲିଛି । ଘରେ ଘରେ ଜଣ୍ଡିସ୍ ବଢି ଚାଲିଛି ।
ଆହୁରି ପଢନ୍ତୁ ଓଡିଶା ଖବର...