ଅଧିକ ପଢନ୍ତୁ : ଭୁବନେଶ୍ୱର-କଟକ ଓ ପୁରୀକୁ ସଂଯୋଗ କରିବ ମେଟ୍ରୋ ଟ୍ରେନ୍
ଭୁବନେଶ୍ୱରରୁ କଟକ ଭିତରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ଗତ ୨୦୧୮ ମସିହା ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀ ଦାବୀ କରିଥିଲେ । ଏପରିକି ଭୋଟ ହାତେଇବା ଉଦେ୍ଦଶ୍ୟରେ ସାଧାରଣ ନିର୍ବାଚନ ପୂର୍ବରୁ ଗତ ୨୦୧୯ ମସିହା ଏପ୍ରିଲ ୨୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମେଟ୍ରୋ ରେଳ ସେବା ଆରମ୍ଭ କରାଯିବ ବୋଲି ଟ୍ୱିଟ୍ ଜରିଆରେ ଘୋଷଣା ମଧ୍ୟ କରିଥିଲେ । ଆଗାମୀ ୨୦ ବର୍ଷ ପର୍ଯ୍ୟନ୍ତ ଅର୍ଥାତ ୨୦୪୧ ମସିହା ପର୍ଯ୍ୟନ୍ତ ରାଜ୍ୟରେ ମେଟ୍ରୋ ଟ୍ରେନର ଆବଶ୍ୟକତା ନଥିବାର ଗତ ୨୦୨୧ ମସିହା ମାର୍ଚ୍ଚ ୩୦ ତାରିଖରେ ତକ୍ରାଳୀନ ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ବିଧାନସଭାରେ ବିବୃତି ଦେଇଥିଲେ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଆଜିର ଘୋଷଣା ବହୁ ସନେ୍ଦହ ସୃଷ୍ଟି କରୁଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଭୁବନେଶ୍ୱର – କଟକ ମଧ୍ୟରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ବିହୀତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବାରମ୍ବାର ଚିଠି ଲେଖି ଅନୁରୋଧ କରିଥିଲେ । ଏପରିକି ଏହି ପ୍ରସଙ୍ଗରେ ଶ୍ରୀମତୀ ଷଡଙ୍ଗୀ କେନ୍ଦ୍ର ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ହରଦିପ୍ ସିଂହ ପୁରୀଙ୍କୁ ଭେଟି ପ୍ରକଳ୍ପ ନିର୍ମାଣ ପାଇଁ ଅନୁରୋଧ କରିଥିଲେ । କେନ୍ଦ୍ରକୁ ଆଜି ପର୍ଯ୍ୟନ୍ତ ପ୍ରସ୍ତାବ ଦେଇନଥିବା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଆମ ସମସ୍ତଙ୍କୁ ଆଚମ୍ବିତ କରିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏହି ଅବସରରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଏବଂ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।