ଗିରଫ ଅଭିଯୁକ୍ତ ମାନେ ହେଲେ ଯଖପୁରା ଥାନା ଅଞ୍ଚଳର ଦୀପକ ପ୍ରଧାନ ଓ ପ୍ରକାଶ ପ୍ରଧାନ ଏବଂ ପିପିଲି ଥାନା ଅଞ୍ଚଳର ରାଜା ଶିକାରୀ। ସୂଚନା ମୁତାବକ, ଗତ ୨୧ ତାରିଖ ଦିନ ମଧୁବନ ବଜାରରେ ଥିବା ଏକ ଜୁଏଲାରୀ ଦୋକାନରୁ ଲୁଟ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।
ଅଭିଯୋଗ ମୁତାବକ ଦୋକାନ ମାଲିକ ସୁମନ କାମିଲା ସୁନା ରୁପା ଅଳଙ୍କାର ଭର୍ତ୍ତି ବ୍ୟାଗ ଧରି ଦୋକାନକୁ ଆସିଥିଲେ। ବ୍ୟାଗଟିକୁ ରଖି ପାଣି ପାଇଁ ଯାଇଥିଲେ। ଏହି ସମୟରେ ଦୋକାନରୁ ଅଳଙ୍କାର ଭର୍ତ୍ତି ବ୍ୟାଗକୁ କେହି ଦୁର୍ବୁତ୍ତ ଲୁଟି ନେଇଥିଲେ। ଏନେଇ ସେ କୁଆଖିଆ ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗ ପରେ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ତଦନ୍ତ ଚଳାଇଥିଲା। ଆଜି ଲୁଟ ହୋଇଥିବା ସୁନା ରୁପା ଅଳଙ୍କାର ଜବତ କରିବା ସହ ୩ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି।