କେଉଁଠି ଭୋଟରଙ୍କୁ ଧମକାଉଛନ୍ତି ତ ଆଉ କେଉଁଠି ବିରୋଧୀ ଦଳର ସ୍ୱରକୁ ଚାପି ଦେବାପାଇଁ ଉଦ୍ୟମ କରୁଛନ୍ତି । ଆଉ ନିଜର ଗୁଣ୍ଡାବାହିନୀର ସାହାରା ନେଇ ଝାରସୁଗୁଡାରେ ଅରାଜକତା ସୃଷ୍ଟି କରୁଥିବାର ଅଭିଯୋଗ ଆସିଛି ଦୀପାଲିଙ୍କ ନାଁରେ । ବିଜେପିର ମହିଳା ନେତ୍ରୀମାନେ ପ୍ରଚାର କରୁଥିବା ବେଳେ କେମିତି ବୁଡ଼ାପଡ଼ା ନିକଟରେ ବିଜେଡିର ନେତାମାନେ କେମିତି ବ୍ୟବହାର ପ୍ରଦର୍ଶନ କରୁଛନ୍ତି । କେବଳ ଖରାପ ଭାଷା କହିନାହାନ୍ତି ବରଂ ମହିଳାଙ୍କୁ ଠେଲାପେଲା କରିଥିବାର ଅଭିଯୋଗ ହୋଇଛି । ଆଉ ଏହି ଘଟଣାକୁ ନେଇ ଥାନାରେ ଦ୍ୱାରସ୍ତ ହୋଇଛନ୍ତି ବିଜେପି ନେତ୍ରୀମାନେ । ମାକୁ ସମ୍ମାନର ନାରା ଦେଉଥିବା ବିଜେଡି ଦଳର ନେତା ଓ କର୍ମୀଙ୍କର ଏ କି ପ୍ରକାର ଆଚରଣ ବୋଲି ପ୍ରଶ୍ନ କରିଛନ୍ତି ।
ଝାରସୁଗୁଡା ନିର୍ବାଚନ ମଣ୍ଡଳୀ । ଆଉ ଏଠି ଭୋଟରଙ୍କୁ ନାଲିଆଖି ଦେଖାଉଛନ୍ତି ଖୋଦ୍ ଦୀପାଲି ଦାସ । କିରିମିରା ବ୍ଲକ , ଝାରମୁଣ୍ଡା ପଞ୍ଚାୟତ ମାଳିବେଉଁରା ଅଞ୍ଚଳରେ । ଏଠି ବିଜେଡିର ବିଧାୟିକା ପ୍ରାର୍ଥୀ ତଥା ଝାରସୁଗୁଡା ବିଧାୟିକା ଦୀପାଲି ଦାସଙ୍କୁ ଘେରିଛନ୍ତି ଲୋକେ । କେବଳ ଲୋକେ ଘେରିନାହାନ୍ତି ବରଂ ପ୍ରଶ୍ନବାଣରେ ଘାଇଲା କରିଦେଉଛନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଆପଣଙ୍କ ପରିବାର ଆଉ କେତେଦିନ କ୍ଷମତାରେ ରହିଲେ ପରିବର୍ତ୍ତନ ହେବ ଆମର ଭାଗ୍ୟ ? ଆଉ ପ୍ରଶ୍ନବାଣରେ ଘାଇଲା ହୋଇ କେମିତି ଲୋକଙ୍କୁ ଦମ୍ଭ ଦେଖାଇବା ସହ ନାଲିଆଖି ଦେଖାଉଛନ୍ତି ଦୀପାଲି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗଣତନ୍ତ୍ରରେ ସମସ୍ତଙ୍କର କହିବାର ଅଧିକାର ଅଛି । ହେଲେ ମୁଖବନ୍ଧରେ ଅହିଂସା ଓ ମହିଳା ସମ୍ମାନର କଥା କହୁଥିବା ବିଜେଡି ମୁଖିଆ କଣ ଏହା ଦେଖିପାରୁନାହାନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ନାରୀ ନେତ୍ରୀ ମାନେ । ଦୀର୍ଘଦିନ ଧରି ଝାରସଗୁଡା ନିର୍ବାଚନ ମଣ୍ଡଳୀ ଦୀପାଲି ଦାସଙ୍କ ପରିବାର ହାତରେ ରହିଥିବା ବେଳେ ଏବେ ଚାରିଆଡେ ତାଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ ପାଇଛି । ଆଉ ଏହାକୁ ନେଇ ଦୀପାଲି ଲୋକଙ୍କୁ ଭୟଭୀତ କରିବା ପାଇଁ ଚେଷ୍ଟା କରୁଛନ୍ତି କି ଏହାକୁ ନେଇ ଉଠିଛି ଅନେକ ପ୍ରଶ୍ନ ।