୧୯୯୮ ମସିହା ଜୁଲାଇ ୨୬ ତାରିଖ । ଶ୍ରୀମନ୍ଦିରକୁ ଆସି ଏହି ଗୋଲାକାର ଫୁଲ ଅଳଙ୍କାର ଲାଗି କରିବାକୁ ଅନୁରୋଧ କରିଥିଲେ ବାଲିସାହିର ଜଣେ ମହିଳା। ଆଉ ଅନୁରୋଧ କରିଥିଲେ ଏହି ଅଳଙ୍କାର ପ୍ରତିଦିନ ଲାଗି କରିବାକୁ। ଏଥିପାଇଁ ପ୍ରତିଦିନ ସେ ଫୁଲ ଯୋଗାଇ ଦେବେ ବୋଲି ମଧ୍ୟ କହିଲେ। ତାଙ୍କ କଥାକୁ ରକ୍ଷାକରି ପୁଷ୍ପାଳକ ନିଯୋଗ ଏହାକୁ ଲାଗି କରିବାକୁ ନିଷ୍ପତ୍ତି ନେଇଥିଲା।
ମହିଳା ଜଣଙ୍କ ମଧ୍ୟ ଆଜି ପର୍ଯ୍ୟନ୍ତ ନିରବଛିନ୍ନ ଭାବେ ଏହି ପୁଷ୍ପାଳଙ୍କାର ଦେଉଛନ୍ତି। ଯାହାକୁ ଶ୍ରୀମନ୍ଦିର ଭାଷାରେ ଗଭା କୁହନ୍ତି। ପ୍ରତିଦିନ ୨ଟି ଗଭା ଶ୍ରୀ ଜୀଉଙ୍କ ମୁଖ ଶୋଭା ବର୍ଦ୍ଧନ କରୁଛି। ମାତ୍ର ମହିଳା ଜଣକ ଏହି ସେବା କରୁଥିବା କଥା ସାର୍ବଜନୀକ କରିବାକୁ ଚାହୁଁ ନାହାନ୍ତି। ଯେଉଁଥିପାଇଁ ସେ ନିଜ ନାମ ଓ ଠିକଣା ଗୋପନ ରଖିଛନ୍ତି।
କିନ୍ତୁ ଶ୍ରୀମନ୍ଦିରର ପୁଷ୍ପାଳକ ନିଯୋଗ ପକ୍ଷରୁ ଜୁଲାଇ ୨୬ ତାରିଖକୁ ଗଭା ଦିବସ ଭାବେ ପାଳନ କରୁଛି । ଚଳିତ ବର୍ଷ ୨୩ ବର୍ଷ ପୂରଣ କରିଛି ଗଭା ଦିବସ ।