ମାଲକାନଗିରି: ବାହ୍ୟଜଗତରୁ ବିଚ୍ଛିନ୍ନ ହେଲା କାଲିମେଳା । ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରେ ସ୍ଥିତି ବେହାଲ୍ । ଜିଲ୍ଲାର ପ୍ରାୟ ସମସ୍ତ ତଳୁଆ ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହେଉଛି । ପୋଟେରୁ ଠାରେ 326 ନମ୍ବର ଜାତୀୟ ରାଜପଥ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ପୋଲ ଉପରେ ୩ରୁ ୪ ଫୁଟ ଜଳ ପ୍ରବାହ ଦ୍ବାରା ଯାତାୟାତ ଠପ ହୋଇଯାଇଛି । ରାସ୍ତାରେ ଅଟକି ରହିଛି ବହୁ ଯାନବାହନ । ଏହା ସହ mv96, କାଗ୍ରୁକୋଣ୍ଡା, କନ୍ୟାଶ୍ରମ ଓ mv 90 ନମ୍ବର ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି ।
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନିକ କାର୍ଯ୍ୟ ଓ ନେତୃତ୍ବ ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବା ପାଇଁ କୁହାଯାଇଛି। ମିନାକ୍ଷୀ ନଟରାଜନଙ୍କ ସହ ସମନ୍ବୟ ରକ୍ଷା କରି ତୁରନ୍ତ ଓଡି଼ଶା ଗସ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଏଆଇସିସି ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ଏ ସମ୍ପର୍କରେ ଚରଣ ଦାସ ମହାନ୍ତଙ୍କୁ ପତ୍ର ଜରିଆରେ ସୂଚନା ଦେଇଛନ୍ତି । ଚଳିତ ବର୍ଷ ଅନୁଷ୍ଠିତ ସାଧାରଣ ନିର୍ବାଚନରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ପରେ ଜୁଲାଇ 21 ତାରିଖଠାରୁ ଓଡି଼ଶା ପ୍ରଦେଶ କଂଗ୍ରେସକୁ ଭାଙ୍ଗି ଦିଆଯାଇଛି । ଏହା ବଦଳରେ ଏକ ଷ୍ଟିୟରିଂ କମିଟି ଗଠନ କରାଯାଇଛି।
ଅଧିକ ପଢ଼ନ୍ତୁ ରାଜନୀତି ଖବର
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍ଡ ଡିଆଇଜି ଏସ୍ଆର୍ ଦାଶ ଓ ତାଙ୍କ ପତ୍ନୀଙ୍କୁ କଳିଙ୍ଗ ଷ୍ଟାଡିୟମ ନିକଟ ରାସ୍ତାରେ ଅଟକାଇ ଦୁର୍ବ୍ୟବହାର କରିବା ସହ ପତ୍ନୀଙ୍କୁ ଆକ୍ରମଣ ପାଇଁ ଉଦ୍ୟମ କରିଥିଲେ। ଏହାକୁ ବିରୋଧ କରିବାକୁ ଯାଇ ଡିଆଇଜି ଓ ଦୁଇ ରୋଡ୍ ରୋମିଓ ହାତାହାତି ହୋଇଥିଲେ।
ଦୁର୍ବୃତ୍ତଙ୍କୁ ପୋଲିସ କାବୁ କରିଛି। କଳିଙ୍ଗ ଷ୍ଟାଡିୟମ ନିକଟରେ ୟୁ-ଟର୍ଣ୍ଣ ନେବା ସମୟରେ ସାଇଡ୍ ମରାକୁ କେନ୍ଦ୍ରକରି ଏହି ଘଟଣା ଘଟିଥିଲା। ବାଇକ୍ରେ ଯାଉଥିବା ଦୁଇ ରୋଡ୍ ରୋମିଓ କାର୍ରେ ବସିଥିବା ଡିଆଇଜିଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଡିଆଇଜି ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର