ଖୋଲିଦେଇଛି ସସ୍ମିତ ପାତ୍ର ଓ ତାଙ୍କ ପରିବାରର ସଦସ୍ୟ ମାନେ କେମିତି କନ୍ଧମାଳରେ କରିଥିଲେ ଦଙ୍ଗା । କେବଳ ସେତିକି ନୁହେଁ ଆଇନର ପାଠ ପଢାଉଥିବା ବିଜୁ ଜନତା ଦଳର ସରକାର କେମିତି ଜଷ୍ଟିସ ବାସୁଦେବ ପାଣିଗ୍ରାହୀ କମିଶନ ରିପୋର୍ଟକୁ ସାର୍ବଜନୀନ କରୁନାହାନ୍ତି ଏହାର ବଡ ଖୁଲାସା କରିଛି ବିଜେପି । ଆଉ ସତ ଖୋଲିଯିବା ଭୟରେ ଖୋଦ୍ ମୁଖିଆ କମିଶନ ରିପୋର୍ଟକୁ ଚାପି ବସିଥିବାର ଅଭିଯୋଗ କରିଛି ଦଳ । ଆଉ ଏହାର ଉତ୍ତର ଦେବାପାଇଁ ସସ୍ମିତ ପାତ୍ରଙ୍କୁ ଆହ୍ୱାନ କରିଛି ବିଜେପି ।
ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । କନ୍ଧମାଳ ଦଙ୍ଗାକୁ ନେଇ ରହିଛନ୍ତି ବିବାଦରେ । କେବଳ ସସ୍ମିତ ନୁହଁନ୍ତି ବରଂ ତାଙ୍କ ସ୍ବର୍ଗବାସୀ ପିତା ସୂରପାନନ୍ଦ ପାତ୍ର ମଧ୍ୟ ଅଛନ୍ତି ବିବାଦରେ । କଂଗ୍ରେସରେ ଥିବା ବେଳେ ସସ୍ମିତ ପାତ୍ର ସାରା କନ୍ଧମାଳରେ ନିଆଁ ଲଗାଇ ଅଶାନ୍ତ ସୃଷ୍ଟି କରିଥିବାର ଅଭିଯୋଗ ଆଗରୁ ଆଣିଛି କଂଗ୍ରେସ । ଆଉ ଏବେ ପୁଣି ବିରୋଧୀ ବିଜେପି ସସ୍ମିତ ପାତ୍ରଙ୍କ ନାଁରେ ଆଣିଛି ସମାନ ଅଭିଯୋଗ ।
କନ୍ଧମାଳ ଥିଲା ଶାନ୍ତିପ୍ରିୟ । ଆଦିବାସୀ କନ୍ଧ ଓ ଦଳିତଙ୍କ ମଧ୍ୟରେ ଥିଲା ଭାଇଚାରାର ସମ୍ପର୍କ । ଏହି ଭାଇଚାରର ସମ୍ପର୍କକୁ ତିକ୍ତ କରିବାରେ ପ୍ରମୁଖ ଭୂମିକା ନେଇଥିଲା ବର୍ତ୍ତମାନର ବିଜେଡିର କୁହାଳିଆ ସାଂସଦ ସସ୍ମିତ ପାତ୍ରଙ୍କ ପରିବାର ବୋଲି ଲମ୍ବା ସମୟ ଧରି ଅଭିଯୋଗ ହୋଇଆସିଛି।
ଶାନ୍ତିପ୍ରିୟ କନ୍ଧମାଳର ଦୁଇ ବର୍ଗଙ୍କ ମଧ୍ୟରେ ନିଆଁ ଲଗାଇବା ପାଇଁ ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ରଙ୍କ ପରିବାରରୁ ହୋଇଥିଲା ଷଡଯନ୍ତ୍ର ବୋଲି ଅଭିଯୋଗ ହୋଇଆସିଛି । ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରିବା ପାଇଁ ଚର୍ଚ୍ଚ ଓ ମାଓବାଦୀ ମଧ୍ୟରେ ଅସାଧୁ ମେଣ୍ଟ ପଛରେ ସସ୍ମିତଙ୍କ ସ୍ୱର୍ଗବାସୀ ବାପା ସୂରପାନନ୍ଦ ପାତ୍ରଙ୍କ ଭୂମିକା ଥିବା ନେଇ ତଦନ୍ତ କରୁଥିବା କମିଶନ ଆଗରେ ଅନେକ ବ୍ୟକ୍ତି ସତ୍ୟପାଠ ମଧ୍ୟ ଦାଖଲ କରିଛନ୍ତି ।
ସସ୍ମିତଙ୍କ ପରିବାର ନାଁରେ କନ୍ଧମାଳରେ ଦଙ୍ଗା ସହ ବିଦେଶରୁ ଭାରତରେ ଦଙ୍ଗା ସୃଷ୍ଟି ପାଇଁ ଆସୁଥିବା ପ୍ରଚୁର ବିଦେଶୀ ଅର୍ଥର ସଂଗ୍ରହକାରୀ ଭାବେ ତାଙ୍କ ପରିବାରକୁ ଦାୟୀ କରାଯାଇଛି । ଆଉ କଂଗ୍ରେସରୁ ବିଦା ହୋଇ ବିଜେଡିରେ ସାମିଲ ପଛରେ କଣ ରହିଛି କାରଣ ଏହାକୁ ନେଇ ବିଜେପି ପ୍ରଶ୍ନ କରିବା ସହ ଯାଦୁଆ ଯାଦୁ ମଲମ ବିକୁଛି ବୋଲି ଦଳ ଅଭିଯୋଗ କରିଛି ।
ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ଦିନଦ୍ୱିପହରରେ ପୋଲିସର କଡା ସୁରକ୍ଷା ମଧ୍ୟରେ କ୍ୟାବିନେଟ ମନ୍ତ୍ରୀ ନବକିଶୋର ଦାସଙ୍କୁ ଗୁଳି କରି ହତ୍ୟା କରୁଛନ୍ତି ଖୋଦ୍ ପୋଲିସ ବାବୁ ।
ଆଉ ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଆଇନର କଥା କହି ନିଜ ଦଳ ସପକ୍ଷରେ ଓକିଲାତିରେ ବାହାରିଛନ୍ତି ସସ୍ମିତ ପାତ୍ର । ଯାହାକୁ ନେଇ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ । ସତ କହିଲେ କାହିଁକି ସସ୍ମିତ ପାତ୍ରଙ୍କୁ କଷ୍ଟ ହେଉଛି ଏହାକୁ ନେଇ ସାଧାରଣରେ ଉଠିଛି ସ୍ୱର ।