ରୋଷେଇ ଘରୁ ଉଭାନ୍ ହୋଇଯାଉଥିବା ଏହି ବ୍ୟଞ୍ଜନକୁ ନେଇ ଆସିଛି ଏମିତି ଏକ ତଥ୍ୟ । ମେରି ପୋଷ୍ଟିକ ରପୋଇ-2020ର ଏକ ଅନଲାଇନ ପ୍ରତିଯୋଗିତା ହୋଇଥିଲା । ଆଉ ଏହାର ଥିମ୍ ଥିଲା ପାରମ୍ପରିକ ଏବଂ ସାଧାରଣ ପରିବାରରେ ଉପଲବ୍ଧ ଖାଦ୍ୟ ଜରିଆରେ କିଭଳି ଅପପୁଷ୍ଟିର ମୁକାବିଲା ହୋଇପାରିବ ।
ଯେଉଁଥରେ ଭାଗ ନେଇଥିଲେ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ଶିକ୍ଷୟତ୍ରୀ ସୁନୀତା ପଟ୍ଟନାୟକ । ଆଉ ସେ ଏହି ପ୍ରତିଯୋଗିତାରେ କାଞ୍ଜି ପ୍ରସ୍ତୁତ କରିଥିଲେ । ଆଉ ସମସ୍ତଙ୍କୁ ଏହାର ଉପାଦେୟତା ବିଷୟରେ ଜଣାଇଥିଲେ ।
ତାଙ୍କ କହିବା କଥା ରାତିରେ ପ୍ରାୟ ଭାତ ବଳି ଯାଇଥାଏ । ଆଉ ସମସ୍ତଙ୍କ ବାଡିରେ ଛୁଇଁ ଗଛ ବି ଥାଏ । ଫଳରେ ଖୁବ ଶସ୍ତାରେ ମଧ୍ୟ ପୁଷ୍ଟିକର ଖାଦ୍ୟ ଖାଇପାରିବେ । ବାସୀ ପଖାଳ, ଲୁଣ, ହଳଦୀ, ମିଶାଇ ଟିକେ ଫୁଟାଇବେ । ଆଉ ସେଥିରେ ଗାଜର, ଛୁଇଁ ଭଳି ପରିବା ପକାଇ ହେଙ୍ଗୁ ଓ ଫୁଟଣରେ ଛୁଙ୍କ ଦେଇ ଖାଇପାରିବେ । ଏହା ପୁଷ୍ଟିକର ଏବଂ ପେଟକୁ ଥଣ୍ଡା ରଖିବ ।
ଦୁଇ ବର୍ଷ ତଳେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ 114 ସହର, 23 ରାଜ୍ୟ, 3 କେନ୍ଦ୍ରଶାସିତ ଅଞ୍ଚଳର 1500 ପ୍ରତିଯୋଗୀ ଭାଗ ନେଇଥିଲେ । ତେବେ ଆଜି ଏବେ ଏହାର ୱିନର୍ ଘୋଷଣା କରାଯାଇଛି । ଯେଉଁଥିରେ ବିଜୟୀ ହୋଇଛନ୍ତି ନୂଆପଲ୍ଲୀର ସୁନୀତା ପଟ୍ଟନାୟକ ।