ଜିଲ୍ଲାପାଳଙ୍କ ସାମନ୍ତ ଠାଣୀରେ ଜଣେ ବରିଷ୍ଠ ନାଗରିକଙ୍କୁ କରୁଛନ୍ତି ଗାଳି। ଜିଲ୍ଲାର ସମସ୍ୟା ସମାଧାନ କରିବା କାହା କାମ ? ଯଦି ସବୁ ସମସ୍ୟା ଲୋକେ ନିଜେ ସମାଧାନ କରିବେ ତାହେଲେ ଜିଲ୍ଲାପାଳଙ୍କ କାମ କଣ ? ଇଏ ହେଉଛି ମୋ ସରକାରର ଅଫିସରଙ୍କ ବ୍ୟବହାର। ଅଭିଯୋଗ ନେଇ ଆସିଥିବା ଲୋକଙ୍କୁ ଜିଲ୍ଲାପାଳଙ୍କ ଗାଳି।
ଜିଲ୍ଲାର ଜଣେ ବରିଷ୍ଠ ନାଗରିକଙ୍କୁ ତୁ ତା କହି ଗାଳି କରୁଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ । ଜିଲ୍ଲାପାଳଙ୍କ ନିକଟକୁ ଅଭିଯୋଗ ନେଇ ଆସିଥିବା ଏହି ବ୍ୟକ୍ତି ଜଣକ ହେଲେ କେନ୍ଦ୍ରାପଡ଼ା ବାରୋ ପଂଚାୟତର ଜଣେ ବରିଷ୍ଠ ନାଗରିକ। ଯେଉଁ ଭିଜୁଆଲ୍ ଏବେ ବେଶ ଭାଇରାଲ୍ ହେବାରେ ଲାଗିଛି।
ରାଜ୍ୟରେ ଏମିତି ଚାଲିଛି ମୋ ସରକାର । ସାଧାରଣ ଲୋକଙ୍କୁ ଏମିତି ହୀନ ଦୃଷ୍ଟିରେ ଦେଖୁଛନ୍ତି ଅଧିକାରୀ। କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଏଭଳି ବ୍ୟବହାର ଦେଖିଲେ ପ୍ରଶ୍ନ ଆସୁଛି ଇଏ କଣ ମୋ ସରକାରଙ୍କ କାମ କି ? ମୋ ସରକାର ଅଫିସରଙ୍କ ବ୍ୟବହାର ଏମିତି କି ?