ଗଣେଶ୍ଵର ବିଜେଡିରେ ଯୋଗ ଦେବା ପରେ କେନ୍ଦ୍ରାପଡ଼ା ନିର୍ବଚନମଣ୍ଡଳିରେ କେଁ ଦେଖାଯାଇଥିଲା । କୋଉଠି ଗଣେଶ୍ୱର ଗୋ ବ୍ୟାକର ନାରା ସୁଭୁଥିଲା ତ ଆଉ କୋଉଠି ଗଣେଶ୍ୱରଙ୍କ କୁଶପୁତଳିକା ଦାହ କରାଯାଉଥିଲା । କିନ୍ତୁ ଏବେ ସବୁ, ବାଦ ବିବାଦ ଓ ପ୍ରତିବାଦରେ ଘିଅ ଢାଳିଛନ୍ତି ବିଜେଡ଼ି ସୁପ୍ରିମୋ ।
କେନ୍ଦ୍ରାପଡାରେ ବିଜେ଼ଡି ଦଳ ଶଶୀଭୂଷଣ ବେହେରାଙ୍କ ଟିକେଟ କାଟି ଦଳ ଗଣେଶ୍ୱର ବେହେରାଙ୍କୁ ଭରସା କରିଛି । ପୂର୍ବରୁ ଗଣେଶ୍ୱର ବେହେରା କଂଗ୍ରେସରେ ଥିବା ବେଳେ ନିକଟରେ ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ । ଆଉ ବିଜେଡି ତାଙ୍କୁ ଏବେ କେନ୍ଦ୍ରାପଡା ଟିକେଟ ଦେଇଛି ।
କେନ୍ଦ୍ରାପଡା ଆସନରୁ ୨୦୦୯ ମସିହାରୁ ବିଜେଡି ବିଜୟୀ ହୋଇ ଆସୁଛି । ସେହିପରି କଂଗ୍ରେସରୁ ବି ଗଣେଶ୍ୱର ବେହେରା ୨୦୦୯ରୁ ଲଗାତାର ପ୍ରାର୍ଥୀ ହୋଇ ଆସୁଥିଲେ । ହେଲେ ଏଥର ସେ ବିଜେଡିରୁ ଟିକେଟ ପାଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେଥିଲାଗି ତ ଏପ୍ରିଲ ୧୮ ତାରଖରେ ବିଜେଡ଼ି ଉରେ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଥିଲେ ପୁରୁଖା ନେତ୍ରୀ ସିପ୍ରା ମଲ୍ଲିକ । କହିଥିଲେ ବିଜେଡ଼ି ଦଳ ଏବେ ଆମଦାନୀ ନେତାଙ୍କୁ ଭରଷା କରୁଛି । ସେଥିଲାଗି ବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗ ଦୋଇଛି । କଂଗ୍ରେସ ଭବନକୁ ଆସି ବିଧିବଦ୍ଧ ଭାବେ ଯୋଗ ଦେବା ସହ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ ମଧ୍ୟ କରିଛନ୍ତି ।ଦେଖିବାକୁ ବାକି ରହିଲା କେନ୍ଦ୍ରାପଡ଼ା ରାଜନୀତି ପାଣି ପାଗ କୁଆଡ଼େ ଯାଉଛି । ପୁରୁଣା ନେତା ଓ କର୍ମୀ ମାନଙ୍କୁ ଅସନ୍ତୁଷ୍ଟ କରି ବିଜେଡ଼ି ସେଠି ଜିତି ପାରିବ ତ ।