ହୋଲି ରଙ୍ଗରେ ସମସ୍ତେ ମସଗୁଲ ଥିଲେ, ସମସ୍ତେ ମତୁଆଲା ବି ଥିଲେ । ହେଲେ ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ସମସ୍ତଙ୍କ ମନରେ ସତେ ଯେମିତି ଲାଗିଥିଲା ହୋଲିର ରାଜନୈତିକ ରଙ୍ଗ । ଲାଗିବା ବି ସ୍ଵାଭାବିକ କଥା । କାରଣ ଦୁଇ ସାଂସଦ ଦଳରୁ ଅଣଦେଖା ହେବା ପରେ ଗୋଟିଏ ସ୍ଥାନରେ ବସିଥିଲେ, ଆଲୋଚନା ବି କରିଥିଲେ । ଅବଶ୍ୟ ଆଲୋଚନା କାହା ଉପରେ ହୋଇଥିଲା ? ସେନେଇ କୌଣସି ସ୍ପଷ୍ଟ ସୂଚନା ଆମ ପାଖରେ ନାହିଁ । ହେଲେ ରାଜନୀତିରେ ଚର୍ଚ୍ଚା ଜୋର ଧିରିଛି ।
କୁହାଯାଉଛି କି, ଅନୁଭବ ଗତକାଲି ଭର୍ତ୍ତୃହରିଙ୍କ ଆର୍ଶୀବାଦ ନେଇଥିଲେ । କୁହାଯାଉଛି କି, କଟକରେ ଦୋଳପୂର୍ଣ୍ଣିମା ଅବସରରେ ହୋଲିର ଶୁଭେଚ୍ଛା ଜଣାଇଥିଲେ ଅନୁଭବ । ଏହି ସମୟରେ ଭର୍ତ୍ତୃହରି ମହତାବଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥିଲେ ଅନୁଭବ ମହାନ୍ତି । ଯଦିଓ ଏହା ଦୋଳପୂର୍ଣ୍ଣିମା ଅବସରରେ ଔପଚାରିକା ଦୃଷ୍ଟିରୁ ଦୁଇ ନେତା ପରସ୍ପରକୁ ଭେଟିଛନ୍ତି, ତଥାପି ସମୟ ଓ ପରିସ୍ଥିତିକୁ ନେଇ ଅନେକ ଚର୍ଚ୍ଚା ହେଉଛି । ମୋଟ୍ ଉପରେ ଅନୁଭବ ନିଜ ପାରିବାରିକ ମାମଲାରେ ଛନ୍ଦି ହେବା ପରେ ଦଳରୁ ଅଲୋଡା ହୋଇଥିଲେ । କିନ୍ତୁ ଗତକାଲିଠୁ ପୁଣି ଚର୍ଚ୍ଚାରେ ଅନୁଭବ ।