ଏଠାରେ ଲୋକେ ବର୍ଷ ତମାମ ଚୁଆର ଦୂଷିତ ପାଣି ବ୍ୟବହାର କରୁଛନ୍ତି । ଯାହା ଫଳରେ ବିଭିନ୍ନ ଅଜଣା ରୋଗ ସହ ଟିବି ଭଳି ମାରାତ୍ମକ ରୋଗର ଶୀକାର ହେଉଛନ୍ତି । ଏବେ ଯାଏ ଗ୍ରାମରେ ୨୫ ଜଣ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଗତ ୫ ବର୍ଷ ଭିତରେ ୬ ଜଣଙ୍କ ଟିବି ରୋଗରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଆଜି ଜଣେ ଟିବି ରୋଗୀଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗାଁକୁ ରାସ୍ତା ନଥିବା କାରଣରୁ ଦେଢ କିଲୋମିଟର ଦୂରରେ ଆମ୍ବୁଲାନ୍ସ ଅଟକି ରହିଥିଲା । ତେବେ ଗ୍ରାମବାସୀ ବ୍ଲକ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଗାଁରେ ଏଯାଏଁ କୈାଣସି ସରକାରୀ ଅଧିକାରୀମାନେ ପାଦ ପଡିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।