ପ୍ରବଳ ଖରା କାରଣରୁ ଅଶୁଂଘାତର ମୁକାବିଲା ପାଇଁ ମନ୍ଦିର ପରିସର ଓ ପାଲା ମଣ୍ଡପକୁ ପାଲରେ ଛାଉଣି ବ୍ୟବସ୍ଥା କରା ଯାଇଛି । ୭ ଦିନ ଧରି ମା' ତାରିଣୀ ସୁନାବେଶରେ ଦର୍ଶନ ଦେବା ସହିତ ମନ୍ଦିର ପରିସରରେ ହୋମ ଯଜ୍ଞ, ଚଣ୍ଡୀପାଠ, ଭାଗବତ ପାଠ ଆଦି ଅନୁଷ୍ଟିତ ହେବ। ଏହି ଅବସରରେ ମାଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ କରାଣରୁ ଶୃଙ୍ଖଳା ଦର୍ଶନ ଓ ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ଓ ମାଙ୍କ ପୂଜା ପାଇଁ ଅଧିକ ସଂଖ୍ୟାରେ ପୂଜକ ନିୟୋଜିତ ହେବା ସହ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯିବ ।
ଅଧିକ ଓଡ଼ିଶାର ଧର୍ମ ଓ ସଂସ୍କୃତି ଖବର ପଢନ୍ତୁ