ଦିନ ଗଡୁଛି ପେଡି ଖୋଲୁଛି । ନାଗ ଚାନ୍ଦ ଦମ୍ପତି ଙ୍କ ବ୍ୟାଙ୍କ ଟ୍ରାନଜେକ୍ସନ ର ଖୋଳତାଳ କରିବା ଭିତରେ ଅଢେଇ କୋଟିରୁ ଅଧିକ ଟଙ୍କା ଅମାନଙ୍କ ପାଖକୁ ବାହାର ସୋର୍ସ ରୁ ଆସିଥିବା ଜାଣିବାକୁ ପାଇଛି ଇ ଡି। କେଉଁ କେଉଁ ଆକାଉଣ୍ଟ ରୁ କିଏ ଓ଼ କାହିଁକି ଏ ଟଙ୍କା ଡିପୋଜିଟ କରିଛି ତାହାର ତଥ୍ୟ ଜାଣିବା ପାଇଁ ବ୍ୟାଙ୍କ ର ସିସିଟିଭି ଫୁଟେଜ ଯାଞ୍ଚ କରୁଛି ଇ ଡି।
ଏହାରି ଭିତରେ ପୋଲିସକୁ ଅର୍ଚନା ମାମଲାରେ ସିଜର ଲିଷ୍ଟ ମାଗିଲା ED। ସେପଟେ ଅନ୍ୟତମ ଅଭିଯୁକ୍ତ ଖଗେଶ୍ୱର ର 10 ଦିନିଆ ରିମାଣ୍ଡ ଆଜି ଶେଷ ହେବା ପରେ କୋର୍ଟ ରେ ହଜାର କରିଛି ଇ ଡି.. ଜେରା ବେଳେ ଖଗେଶ୍ୱର ଇ ଡି କୁ ସହଯୋଗ କରୁ ନଥିବାରୁ ଆଉ 5 ଦିନ ରିମାଣ୍ଡ ରେ ଆଣିବା ପାଇଁ କୋର୍ଟ ରେ ଆବେଦନ କରିଛି ଇ ଡି।
ସେପଟେ ଅର୍ଚ୍ଚନା ମାମଲା ରେ ଇଡ଼ି ଜାରି କରିଥିବା ନୋଟିସ ତାଲିକାରେ କିଛି ବଡ଼ ନେତାଙ୍କ ନା ଥିବା ଚର୍ଚ୍ଚା ହେଉଛି। ପ୍ରଭାଵଶାଳୀ ନେତା ଓ଼ ଆଇ ଏ ସ ଲିଙ୍କ କୁ ନେଇ ବିଧାନସଭାରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ। ତେବେ ବିଜେଡି କହିଛି ଯିଏ ଦୋଷୀ ଦଣ୍ଡ ପାଇବ।
ଅର୍ଚନା ଓ଼ ଜଗବନ୍ଧୁଙ୍କ ଠାରୁ ଜବତ ହୋଇଥିବା ଲାପଟପ ମୋବାଇଲ ଓ଼ ଟାବ ରେ କଣ ରହଶ୍ୟ ରହିଛି ତାହା ଏ ପର୍ଯ୍ୟନ୍ତ ଉନ୍ମୋଚନ କରିନି କମିଶନରେଟ ପୋଲିସ। ଏବେ ପୋଲିସ ଠାରୁ ସିଜର ତାଲିକା ମିଳିବା ପରେ ସେଗୁଡିକ ଯାଞ୍ଜ କରିବାପରେ ଇ ଡି। ତେବେ ନାଗ ଚାନ୍ଦ ଦମ୍ପତି ଙ୍କ ଠାରୁ ଜବତ ହୋଇଥିବା ଡାଟା ଅଛି ଡିଲିଟ ହୋଇ ଯାଇଛି ତାହାକୁ ନେଇ ଉଠିଛି ପ୍ରଶ୍ନ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।