ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଭେଟେଶ୍ୱର ଗାଁର ସୁବଳ ପଲେଇ ଓ ଅନୁ ପଲେଇ ହେଉଛନ୍ତି ଦୁଇ ଭାଇ । ପାରିବାରିକ କଳହକୁ କେନ୍ଦ୍ର କରି ଦିଅର ତଥା ଅନୁ ପଲେଇ ଉପରେ ତା'ର ଭାଉଜ ତଥା ବଡ଼ ଭାଇ ସୁବଳ ପଲେଇଙ୍କ ପତ୍ନୀ ଗରମ ପେଜ ଢାଳି ଦେଇଛନ୍ତି ବୋଲି ଆହତଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି ।
ପାରିବାରିକ କଳହର କରୁଣ ପରିଣତି, ଦିଅର ଉପରକୁ ଭାଉଜ ଫିଙ୍ଗିଲା ତତଲା ପେଜ
ଖୋର୍ଦ୍ଧା: ରାଗ ବ୍ରହ୍ମ ଚଣ୍ଡାଳ, ନିଜ କ୍ରୋଧକୁ ସମ୍ଭାଳି ପାରିଲାନି ଭାଉଜ। ଦିଅର ଉପରକୁ ଭାଉଜ ଫିଙ୍ଗିଲା ତତଲା ପେଜ। ଯେତେବେଳେ ନିଜ ଦିଅର ଶୋଇଥିଲା ଠିକ୍ ସେତିକି ବେଳେ ଭାଉଜ ପୂର୍ବ ଯୋଜନା ମୁତାବକ ଗରମ ପେଜ ପ୍ରସ୍ତୁତ କରି ନିଜ ଦିଅର ଉପରକୁ ପକାଇ ଦେଇଛି। ଯନ୍ତ୍ରଣାରେ ଛଟପଟ ହେଉଥିବା ଦିଅରକୁ ଚିକିତ୍ସା ପାଇଁ ବାଣପୁର ମେଡିକାଲକୁ ନିଆଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅଞ୍ଚଳରେ ହୋଇଛି।
Download Argus News App
