ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ଅଧିନସ୍ଥ ନାଚୁଣୀ ଫାଣ୍ଡି ଅଧିନ କୁଲେଇ ଗ୍ରାମର କୃଷ୍ଣ ସ୍ୱାଇଁଙ୍କ ପତ୍ନୀ ରୁମା ସ୍ୱାଇଁ ଏବଂ ତାଙ୍କର ବୋହୂ ମଧ୍ୟରେ ପାରିବାରିକ କଥାକୁ ନେଇ କଳିକଜିଆ ଆରମ୍ଭ ହୁଏ । ଆଉ ସେହି କଳିକଜିଆ ଏତେ ମାତ୍ରାରେ ବଢିଗଲା ଯେ ନିଜକୁ କଣ୍ଟ୍ରୋଲ କରିପାରିଲେ ନାହିଁ ଶାଶୁ ରୁମା ସ୍ୱାଇଁ । ନିଜେ ବିଷ ପିଇ ଜୀବନ ହାରିଲେ ରୁମା ସ୍ୱାଇଁ । କାଳେ ବଞ୍ଚିଥିବ ଭାବି ଚିକିତ୍ସା ପାଇଁ ଟାଙ୍ଗୀ ମେଡିକାଲ ଆଣିଥିଲେ ପରିବାର ଲୋକେ ହେଲେ ଡାକ୍ତର ବାବୁ ରୁମା ସ୍ୱାଇଁଙ୍କୁ ମୃତ ଘୋଷଣା କରିଥିଲେ । ନାଚୁଣୀ ଫାଣ୍ଡି ପୋଲିସ ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।