ବୟସର ଅପରାହ୍ନରେ ପହଞ୍ଚିଥିବା ବୟସ୍କ ବ୍ୟକ୍ତି ମାନଙ୍କୁ ନେଇ ଏକ ରାଜ୍ୟସ୍ତରୀୟ ପଶାଖେଳ ପ୍ରତିଯୋଗିତା ହୋଇଛି । ଖୋର୍ଦ୍ଧା ଜିଲ୍ଲା ଜଂକିଆ ବଘେଇ ଠାକୁରାଣୀଙ୍କ ପ୍ରାଗଂଣରେ ରାଜ୍ୟସ୍ତରୀୟ ପଶାଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପଶାଖେଳ ଟୁର୍ଣ୍ଣାମଣ୍ଟରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୨୦୦ଜଣ ଖେଳାଳୀ ଭାଗନେଇଥିଲେ । ବିଜେତା ଦଳକୁ ଭୂବନେଶ୍ୱର ରବିନ୍ଦ୍ର ମଣ୍ଡପରେ ସମ୍ମାନିତ କରାଯିବ ।
ପଶାଖେଳ ଖେଳୁଥିବା ଖେଳାଳି ମାନଙ୍କୁ ସରକାରଙ୍କ ତରଫରୁ ମାନ୍ୟତା ପ୍ରଦାନ କରି ପ୍ରୋତ୍ସାହନ ଯୋଗାଇ ଦେବାକୁ ଦାବି କରିଛନ୍ତି ଓଡିଶା ଭାଷା ଆନ୍ଦୋଳନ ଓ ଓଡିଶା ନାଗରିକ ମହାସଂଘର ସଦସ୍ୟ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ଅମୂଲ୍ୟ ଅଙ୍ଗ ଆମର ଲୋକକଥା, ଲୋକଗୀତ, ଲୋକନାଟକ, ଲୋକନୃତ୍ୟ, ଲୋକବାଣୀ, ଲୋକଢଗ, ଲୋକବୋଲିବାଣୀ ସମୂହ ସମ୍ପ୍ରତି ଲୋକଙ୍କ ନିକଟରୁ ଲୋପ ପାଇବାକୁ ବସିଲାଣି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହାର ପୁନରୁଦ୍ଧାର ପାଇଁ ନମାମି ମନ୍ଦାକିନୀ ନ୍ୟାସ ଆନୁକୁଲ୍ୟରେ ବିଗତ ପାଞ୍ଚ ବର୍ଷ ଧରି ଅଭିଯାନ ଚାଲିଛି । ନବବର୍ଷ ଅବ୍ୟବହିତ ପୂର୍ବରୁ ରାଜ୍ୟର ବିଭନ୍ନ କୋଣ ଅନୁକୋଣରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ସଫଳ ପ୍ରତିଯୋଗୀ ମାନଙ୍କୁ ନବବର୍ଷ ମହୋତ୍ସବରେ ସମ୍ବନ୍ଧିତ କରାଯିବ । ରାଜ୍ୟସ୍ତରୀୟ ପଶାଖେଳ ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବରେ ପ୍ରତାପ ଚନ୍ଦ୍ର ସାମନରାୟ ଉଦଘାଟନ କରିଥିଲେ ।