ବିଦ୍ୟାଳୟରେ ୧୯ଜଣ ଶିକ୍ଷକ ନିଯୁକ୍ତି ପାଇବାକଥା । ହେଲେ ୧୧ଜଣ ଶିକ୍ଷକରେ ଚାଲିଛି ବିଦ୍ୟାଳୟ । ଖେଳ ଶିକ୍ଷକ, ବିଜ୍ଞାନ ଶିକ୍ଷକ ୧ ଓ ଇଂରାଜୀ ଜଣେ, କ୍ଲର୍କ ପଦବୀ ୧ ଦୀର୍ଘ ୮ବର୍ଷ ହେବ ଖାଲି ପଡିଛି । ଏହି ପଦବୀରେ କାହାରିକୁ ନିଯୁକ୍ତି ଦିଆ ଯାଇନାହିଁ । ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ ଅଛି । ବିଦ୍ୟାଳୟରେ ଶିକ୍ଷକ ନଥିବାରୁ ଫାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି ।
ଛାତ୍ରଛାତ୍ରୀମାନେ ପାଠ ପଢାରୁ ବଞ୍ଚିତ ହେଉଛନ୍ତି । ଶିକ୍ଷକ ପଦ ପୂରଣ ପାଇଁ ଏସ୍ଏମସି କମିଟି ଓ ସ୍ଥାନୀୟ ଲୋକପ୍ରତିନିଧିଙ୍କ ପକ୍ଷରୁ ବାରମ୍ବାର ବ୍ଲକ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ହେଲେ ଦାବି ପୂରଣ ହୋଇନାହିଁ ।
ଏନେଇ ସ୍ଥାନୀୟ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରି ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ନୂଆ ଜଗନ୍ନାଥ ସଡକ ଉପରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବସି ଆନ୍ଦୋଳନ ଓ ପ୍ରତିବାଦ କରିଛନ୍ତି । ଘଟଣାସ୍ଥଳରେ ଟାଙ୍ଗି ବ୍ଲକ ଶିକ୍ଷାବିଭାଗର କୌଣସି ଅଧିକାରୀ ପହଞ୍ଚି ନାହାନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...