ଏହି ଗୁମ୍ପାରେ ଦେଖିବାକୁ ମିଳେ ପ୍ରାଚୀନ ଶିଳାଲିପି ଓ ଚିତ୍ର । ଲିପି ଖୋଦିତ ପଥରର ଦୈର୍ଯ୍ୟ 37 ମିଟର, ପ୍ରସ୍ଥ 6 ମିଟର, ଏବଂ ଉଚ୍ଚତା 8 ମିଟର ରହିଛି । କିଛି ଗବେଷକମାନେ ଏହାକୁ ମହେଞ୍ଜୋଦାର ସମୟର ବୋଲି ମଧ୍ୟ ମତ ଦିଅନ୍ତି । ଅତ୍ୟନ୍ତ ମନୋରମ ପରିବେଶ ମଧ୍ୟରେ ରହିଛି ଏହି ବିକ୍ରମଖୋଲ ଗୁମ୍ଫା।
ବିକ୍ରମଖୋଲ ଗୁମ୍ପାରେ ଥିବା ଶିଳା ଲେଖ 4000 ବର୍ଷ ପୁରୁଣା ବୋଲି କୁହାଯାଏ । ଏହି ବିରାଟ ଶିଳା ଲିପିକୁ ଦେଖିବା ପାଇଁ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ ଜମେ ।
ଆର୍କିଓଲୋଜିକାଲ୍ ସର୍ଭେ କରିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ଏହା ଏକ ପ୍ରମୁଖ ଐତିହସ୍ଥଳୀ ପାଲଟିଛି । ଏହି ଶିଳା ଲିପିରୁ ଏହା ସ୍ପଷ୍ଟ ଯେ ପ୍ରାୟ 5 ହଜାର ବର୍ଷ ପୂର୍ବେ ଏକ ସଭ୍ୟ ଓ ଉନ୍ନତ ଜାତି ସମ୍ବଲପୁର ଖଣ୍ଡରେ ବାସ କରୁଥିଲେ । ସେମାନଙ୍କୁ ଜଣାଥିଲା ଦୁର୍ଗ ନିର୍ମାଣ, ଯୁଦ୍ଧ ବିଦ୍ୟା ଓ ପ୍ରସ୍ତର ଖୋଦନ । ସେମାନଙ୍କର ଥିଲା ଲିପି ଓ ଭାଷା । ଏହି ଖୋଦିତ ଶିଳା ଲିପିରୁ ବ୍ରାହ୍ମୀ ଓ ଫିନିସୀୟ ଲିପିର ଉଦ୍ଭାବନ ହୋଇଛି ।
ଏହି ପର୍ଯ୍ୟଟନ ସ୍ଥଳ ବେଲପାହାଡ ଠାରୁ ମାତ୍ର 12 କିମି ଓ ଝାରସୁଗୁଡାରୁ ମାତ୍ର 35 କିମି ଦୂରରେ ରହିଛି । ଦର୍ଶକବନ୍ଧୁ ଯଦି ଆପଣ ଏହି ଜାଗାକୁ ଯାଇନାହାନ୍ତି ସମୟ ହେଲେ ଏହି ଜାଗା ବୁଲି ଆସନ୍ତୁ ।
ଆହୁରି ପଢନ୍ତୁ ପର୍ଯ୍ୟଟନ ଖବର...