ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ର ଅଙ୍ଗପଡା ଠାରେ ବିଶାଳ ସ୍ୱାସ୍ଥ୍ୟ ସେବା ଶିବିର !
କୋରାପୁଟରେ ବନ୍ଦ ହେବ ୯୦ଟି ସ୍କୁଲ୍
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । କୋରାପୁଟ ଜିଲ୍ଲାରେ ବନ୍ଦ ହେବ 90ଟି ସ୍କୁଲ । 10 ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ ଗୁଡ଼ିକରେ ତାଲା ପକାଇବାକୁ ସରକାର ଆରମ୍ଭ କରିଛନ୍ତି ପ୍ରକ୍ରିୟା । ଯେଉଁ ସ୍କୁଲ ଗୁଡ଼ିକ ବନ୍ଦ ହେବ ସେହି ସ୍କୁଲର ପିଲାମାନେ ପାଖ ସ୍କୁଲରେ ଯାଇ ପାଠ ପଢିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ ଏହି ପ୍ରକ୍ରିୟା ଏବେ ଜୋର୍ସୋର୍ରେ ଆରମ୍ଭ ହୋଇଛି କୋରାପୁଟ ଜିଲ୍ଲାରେ । ଖୁବ୍ ଶୀଘ୍ର ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଡିଇଓ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସଂମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ଡିଇଓ । ଖୁବ୍ ଶୀଘ୍ର ଏହି ପ୍ରକ୍ରିୟା ସାରା ରାଜ୍ୟରେ କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି ।
Download Argus News App
