
ନୟାଗଡ଼: ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କୁଆଁରିଆ ପର୍ଯ୍ୟଟନ ସ୍ଥଳୀ । ଏକ ଅଗ୍ରଣୀ ପର୍ଯ୍ୟଟନସ୍ଥଳୀ ଭାବେ ନିଜର ପରିଚୟ ସୃଷ୍ଟି କରିଛି ନୟାଗଡ଼ ଜିଲ୍ଲାର କୁଆଁରିଆ ।

୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଦଶପଲ୍ଲାଠାରୁ ମାତ୍ର ୪ କିଲୋମିଟର ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନ କ୍ଷେତ୍ର । ବୃହତ ନଦୀବନ୍ଧ ପ୍ରକଳ୍ପ ଏବଂ ହରିଣ ପାର୍କ ଏଠାକାର ଆକର୍ଷଣର କେନ୍ଦ୍ରବିନ୍ଦୁ । କିନ୍ତୁ ପ୍ରଶାସନର ରକ୍ଷଣାବେକ୍ଷଣ ଅଭାବରୁ ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହେଉଥିବା ବେଳେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ହରିଣ ପାର୍କ ।
ରକ୍ଷଣାବେକ୍ଷଣ ଅଭାବରୁ ଦୁଇ ବର୍ଷ ମଧ୍ୟରେ ମାତ୍ର ୮ଟି ହରିଣଙ୍କ ବୃଦ୍ଧି ଘଟିଛି । ଏହି ପର୍ଯ୍ୟଟନ କ୍ଷେତ୍ର ଏକ ଅଗ୍ରଣୀ ପର୍ଯ୍ୟଟନସ୍ଥଳୀ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ ମଧ୍ୟ ଏଠାରେ ପର୍ଯ୍ୟଟକଙ୍କ ପାଇଁ କୌଣସି ସୁବିଧା ସୁଯୋଗ ନାହିଁ । ଦୁରଦୁରାନ୍ତରୁ ଆସୁଥିବା ପର୍ଯ୍ୟଟକଙ୍କ ଆଶ୍ରୟ ପାଇଁ ଏଠାରେ ପାନ୍ଥ ନିବାସ ନଥିବାବେଳେ ଯାତାୟାତାର ମଧ୍ୟ ସୁବିଧା ନାହିଁ ।
